ଅନୁଗୁଳ: ଅନୁଗୁଳ ବ୍ଲକ ତଥା ଜଗନ୍ନାଥପୁର- ଟାଇଁସି ରାସ୍ତା ପାର୍ଶ୍ଵ ସୋରିଷପଦା ଜଙ୍ଗଲରୁ ଜଣେ ଯୁବତୀଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ରବିବାର ଅପରାହ୍ନରେ ଗୋରୁ ଧରି କିଛି ଗାଈଆଳ ଜଙ୍ଗଲରୁ ଫେରୁଥିବା ବେଳେ କ୍ଷତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ। ଖବର ପାଇ ପୁରୁଣାକୋଟ ପୁଲିସ ଓ ଅନୁଗୁଳ ଏଡିପିଓ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମୃତ ଯୁବତୀଙ୍କ ପରିଚୟ ଜଣାପଡିନାହିଁ। ତାଙ୍କୁ ହତ୍ୟା କରି ଜଙ୍ଗଲରେ ଫୋପାଡି ଦିଆ ଯାଇଥିବା ସନ୍ଦେହ କରାଯାଉଛି। ପୁଲିସ୍ ଛାନଭିନ ଜାରି ରଖିଛି।
ଜଙ୍ଗଲରୁ ଯୁବତୀଙ୍କ ଶବ ଉଦ୍ଧାର
- Post published:November 30, 2020
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
