ଅନୁଗୁଳ: ମାତିଛନ୍ତି ସାଇବର ଠକ। ମଙ୍ଗଳବାର ଅପରାହ୍ଣରେ ସାତକୋଶିଆ ବନଖଣ୍ତର ଡିଏଫ୍ଓଙ୍କ ଫେସ୍ବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ମଙ୍ଗଳବାର ଅପରାହ୍ଣ ସାଢେ଼ ୫ଟା ବେଳେ ଡିଏଫ୍ଓ ରାମସ୍ବାମୀ ପି.ଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ନେଇଥିଲେ ସାଇବର ଠକ। ହ୍ୟାକ୍ ପରେ ସାଇବର ଠକ ତୁରନ୍ତ ଡିଏଫ୍ଓଙ୍କ ପାଖକୁ ଆସିଥିବା ଫ୍ରେଣ୍ତ ରିକ୍ୟୁଏଷ୍ଟକୁ ଗ୍ରହଣ କରିବା ସହ ଗୁଗୁଲ୍ ପେ କିମ୍ବା ଫୋନ୍ ପେ ଅଛି କି ନାହିଁ ବୋଲି ପଚାରିଥିଲେ। ଡିଏଫ୍ଓଙ୍କ ବନ୍ଧୁ ଏହା ସାଇବର ଠକଙ୍କ କାରସାଦି ଜାଣିବା ପରେ ଆକାଉଣ୍ଟକୁ ହ୍ୟାକ କରିବା ନେଇ ଫୋନ୍ ଯୋଗେ ଜଣାଇଥିଲେ। ବନ୍ଧୁଙ୍କ ଠାରୁ ଜାଣିବା ପରେ ଡିଏଫ୍ଓ ତୁରନ୍ତ ଫେସ୍ବୁକ୍ ଆକାଉଣ୍ଟକୁ ନିଷ୍କ୍ରିୟ କରି ଦେଇଥିଲେ। ଏହାର କ୍ଷଣିକ ମଧ୍ୟରେ ସାଇବର ଠକ୍ ଅନ୍ୟ ୨ ଜଣ ବନ୍ଧୁଙ୍କୁ ଅନୁରୂପ ଭାବେ ଗୁଗୁଲ୍ ପେ/ଫୋନ୍ ପେ’ ଅଛି କି ନାହିଁ ପଚାରିଥିଲେ ବୋଲି ଡିଏଫ୍ଓ ଏତାଲାରେ ଦର୍ଶାଇଛନ୍ତି। ଏତାଲାକ୍ରମେ ଅନୁଗୁଳ ଥାନା ପୁଲିସ୍ ମାମଲା ରୁଜୁ କରି ଛାନ୍ଭିନ୍ ଚଳାଇଛି।
ଡିଏଫ୍ଓଙ୍କ ଫେସ୍ବୁକ୍ ଆକାଉଣ୍ଟ ହ୍ୟାକ୍
- Post published:December 10, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul