ତେନ୍ତଳାପାଣି ଜଙ୍ଗଲରେ ଦନ୍ତାର ମୃତ୍ୟୁ

You are currently viewing ତେନ୍ତଳାପାଣି ଜଙ୍ଗଲରେ ଦନ୍ତାର ମୃତ୍ୟୁ

ଅନୁଗୁଳ: ଆଠମଲ୍ଲିକ ବନଖଣ୍ତ ବାମୁର ବନାଞ୍ଚଳ ଅନ୍ତର୍ଗତ କଦଳୀମୁଣ୍ତା ସେକ୍ସନ ତେନ୍ତଳାପାଣି ବିଟ୍‌ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଦନ୍ତାଟି ନିମୋନିଆରେ ପୀଡ଼ିତ ଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଶନିବାର ଦନ୍ତା ସହ ଏକ ହାତୀପଲ ରେଢ଼ାଖୋଲ ବନାଞ୍ଚଳରୁ ଆସି କଦଳୀମୁଣ୍ଡା ଜଙ୍ଗଲରେ ପ୍ରବେଶ କରିଥିଲେ। ହାତୀଟି ଚାଲି ପାରୁନଥିବାର ବନ କର୍ମଚାରୀ ଏହା ଉପରେ ନଜର ରଖିଥିଲେ। ରବିବାର ତେନ୍ତଳାପାଣି ଜଙ୍ଗଲରେ ଦନ୍ତାଟିର ମୃତ୍ୟୁ ହୋଇଥିଲା। ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ମୃତ ହାତୀର ବ୍ୟବଚ୍ଛେଦ କରାଯାଇଥିଲା।

 

Share

Leave a Reply