ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ବିଭିନ୍ନ ଜନଗହଳି ତଥା ବ୍ୟସ୍ତ ସଡ଼କ ଭିତରେ ଥାନା ଛକଠାରୁ ସୋମନାଥ ସି˚ହ ଜଗଦ୍ଦେବ ଛକ ଅନ୍ୟତମ। ଏହି ରାସ୍ତା ଅତି ଗୁରୁତ୍ବପୂର୍ଣ୍ଣ। ବସ୍ଷ୍ଟାଣ୍ତ ଦେଇ ବହୁ ଭିଆଇପି ସର୍କିଟ୍ ହାଉସ୍ ଆଡ଼କୁ ଯାଉଥିବା ବେଳେ ଅନେକ ସମୟରେ ଆମ୍ବୁଲାନ୍ସ ଏହି ବାଟ ଦେଇ ମେଡିକାଲ୍କୁ ଆସିଥାଏ। ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି ଥାନା ଛକ ନିକଟରେ କିଛି ପରିବା ଦୋକାନୀ ପସରା ମେଲାଇ ବସୁଥିବା ବେଳେ, କଦମ ପଡ଼ିଆ ସାମନାରେ ଚା, କଫି, ଶୀତ ବସ୍ତ୍ର ବିକ୍ରି ହେଉଛି। ସେହିଭଳି ରାସ୍ତାର ଉଭୟ ପାର୍ଶ୍ବରେ ଠେଲା ଗାଡ଼ି ରାସ୍ତାକୁ କବଜା କରି ରଖିଛନ୍ତି। ତେଣୁ ଅନେକ ସମୟରେ ଆମ୍ବୁଲାନ୍ସ ଓ ବସ୍ ଯାତାୟାତରେ ବାଧା ଉପୁଜୁଛି। ଅନୁଗୁଳ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଥାନା ଛକ-ରାଜା ଛକ ମଧ୍ୟରେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ
- Post published:November 30, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
