ଦୋସାରେ ଅସରପା!

You are currently viewing ଦୋସାରେ ଅସରପା!

ଅନୁଗୁଳ: ଦୋସା ମସଲାରେ ଅସରପା। ରବିବାର ସକାଳେ ଅନୁଗୁଳ ବସଷ୍ଟାଣ୍ଡ ସ୍ଥିତ ଏକ ହୋଟେଲରେ ଏଭଳି ଏକ ଘଟଣାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ବାମୀ ସ୍ତ୍ରୀ ଜଳଖିଆ ଖାଉଥିବା ବେଳେ ସ୍ଵାମୀଙ୍କ ଦୋସା ମସଲାରୁ ମଲା ଅସରପାଟିଏ ବାହାରିଲା। ବିରକ୍ତ ଓ ଘୃଣାରେ ସ୍ବାମୀ ସ୍ତ୍ରୀ ଖାଇବା ଛାଡ଼ି ଉଠି ଆସିଥିଲେ। ତେବେ ବାହାରିଲା ବେଳେ ଦୋକାନୀ ପଇସା ମାଗିବାରୁ ଯୁକ୍ତିତର୍କ ହୋଇଥିଲା। ଜଳଖିଆରେ ଅସରପା ପଡ଼ିଥିବା ଦର୍ଶାଇ ସ୍ବାମୀ ସ୍ତ୍ରୀ ପାଟିତୁଣ୍ଡ କରିଥିଲେ। ସେତିକି ବେଳେ ଦୋକାନରେ ଗ୍ରାହକଙ୍କ ଭିଡ ବଢୁଥିବାରୁ ଦୋକାନୀ ବି ଅକଳିଆ ପରିସ୍ଥିତିରେ ପଡ଼ିଯାଇଥିଲେ। କାଳେ ଅନ୍ୟ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ଦୋକାନୀ ଭୁଲ୍ ମାଗି ଗ୍ରାହକଙ୍କୁ ଛାଡି ଦେଇଥିଲେ।

Share

Leave a Reply