ଧୂଳି ଉଡି ଆକ୍ତାମାକ୍ତା ସ୍ଥିତି

You are currently viewing ଧୂଳି ଉଡି ଆକ୍ତାମାକ୍ତା ସ୍ଥିତି
ଏନ୍ଏଚ୍-୫୫

ଅନୁଗୁଳ: ବର୍ଷା ହେଲେ, ପାଣି। ଅସଂଖ୍ୟ ଖାଲଖମାରେ ପାଣି ଜମିରହି ନିତି ଦୁର୍ଘଟଣା। ଏବେ ବର୍ଷା ଛାଡ଼ିଯିବା ପରେ ଧୂଳି ଉଡି ଆକ୍ତାମାକ୍ତା, ଅଣ ନିଃଶ୍ୱାସୀ ପଥଚାରୀ। ଠିକାସଂସ୍ଥା, ଏନ୍ଏଚ୍ଏଆଇ ଜିଲ୍ଲା ପ୍ରଶାସନର ଉଦାସୀନତା ଯୋଗୁଁ ନିତି ୫୫ ନମ୍ୱର ଜାତୀୟ ରାଜପଥରେ ଏଭଳି ବିପଦପୂର୍ଣ୍ଣ ଭାବରେ ଯାତାୟାତ କରୁଛନ୍ତି ଲୋକ। ନିର୍ମାଣାଧୀନ ରାସ୍ତାରେ ପାଣି ପଡୁଥିବାରୁ ସାମାନ୍ୟ ଖରା ହେଲେ ପ୍ରବଳ ଧୂଳି ଉଡୁଛି। ବିଶେଷ କରି ସାଇକେଲ, ମଟର ସାଇକେଲରେ ଯାଆସ କରିଥିବା ଯାତ୍ରୀଙ୍କ ଅବସ୍ଥା ଦୟନୀୟ ହୋଇପଡିଛି। ରାଜପଥ ପାର୍ଶ୍ଵବର୍ତ୍ତି ଅଧିବାସୀ ମଧ୍ୟ ଧୂଳିରେ ଅତିଷ୍ଠ ହୋଇଗଲେଣି। ଏ ଦିଗରେ ଜିଲ୍ଲାପାଳ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।

Share

Leave a Reply