ଅନୁଗୁଳ: ରାଜ୍ୟରେ ଥିବା ପ୍ରସ୍ତାବିତ ୧୪ ଟି ସ୍ବତନ୍ତ୍ର ହାତୀ ଚଲାପଥ ପ୍ରକଳ୍ପ ଶୀତଳ ଭଣ୍ତାରରେ ପଡ଼ିଥିବାରୁ ଏନ୍ଜିଟି କ୍ଷୁବ୍ଧ ହୋଇଛି। ଏହି ପ୍ରକଳ୍ପ ନେଇ ସବିଶେଷ ଆକ୍ସନ ପ୍ଲାନ୍ ଏନ୍ଜିଟିକୁ ଦିଆଯାଇ ନଥିବାରୁ ସେ ଏବେ ସରକାରଙ୍କୁ ଚରମ ବାଣୀ ଶୁଣାଇଛି। ଗତ କିଛି ବର୍ଷ ଧରି ହାତୀ ଚଲାପଥ ବା କରିଡର ନଷ୍ଟ ହେବାରୁ ହାତୀପଲ ଗାଁ ମୁହାଁ ହେବା ସହ ଫସଲ ଏବ˚ ଧନଜୀବନ ନଷ୍ଟ କରୁଛନ୍ତି। ଏଥିନେଇ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହେଉଛି। ହାତୀ ମଣିଷ ସ˚ଘର୍ଷର ଏଯାବତ୍ ରାଜ୍ୟରେ ୫୨୮ ଜଣଙ୍କ ମୃତ୍ୟୁ ଘଟିଛି। ୨୦୧୭ ଜଣଗଣନା ଅନୁଯାୟୀ ଏବେ ରାଜ୍ୟରେ ୧୯୭୬ଟି ହାତୀ ରହିଛି। ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ହାତୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା, ବିଚରଣ ବ୍ୟବସ୍ଥା କରାଇବାକୁ ସେମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ୧୪ଟି ହାତୀ ଚଲାପଥ ଭିତରେ ତେଲକୋଇ-ପାଳଲହଡ଼ା ହାତୀ ଚଲାପଥ ପ୍ରକଳ୍ପ ମଧ୍ଯ ରହିଛି। ଏହାଛଡା ନୂଆଗାଁ-କାରୁଣୀ ହାତୀ ଚଲାପଥ ମଧ୍ଯ ଅନ୍ୟତମ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଅନୁଗୁଳ ଜିଲ୍ଲାର ସ˚ରକ୍ଷିତ ଜଙ୍ଗଲ ଗୁଡ଼ିକରେ ହାତୀ ଚଲାପଥକୁ ବ୍ୟବସ୍ଥିତ କଲାପରେ ହାତୀ-ମଣିଷ ଲଢେ଼ଇ ନିଶ୍ଚିନ୍ତ କମିବ ଏବ˚ ପରିବେଶ ସୁସ୍ଥ ରହିବ ବୋଲି କୁହାଯାଉଛି।
ପ୍ରସ୍ତାବିତ ସ୍ବତନ୍ତ୍ର ହାତୀ ଚଲାପଥ ପ୍ରକଳ୍ପ ଶୀତଳ ଭଣ୍ତାରରେ
- Post published:December 9, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
