‘ବିୟଣ୍ତ୍ ସ୍ମାଇଲ୍ ଫାଉଣ୍ଡେସନ’ର ପ୍ରଥମ ବାର୍ଷିକ ଉତ୍ସବ

You are currently viewing ‘ବିୟଣ୍ତ୍ ସ୍ମାଇଲ୍ ଫାଉଣ୍ଡେସନ’ର ପ୍ରଥମ ବାର୍ଷିକ ଉତ୍ସବ

ଅନୁଗୁଳ: ନୂତନ ସ୍ୱେଚ୍ଛାସେବୀ ସଙ୍ଗଠନ ବିୟଣ୍ଣ ସ୍ଲାଇଲ୍ ଫାଉଣ୍ଡେସନ୍ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ରବିବାର ଅପରାହ୍ନରେ ଜିଲ୍ଲା କଳାକେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର କିନ୍ନରମାନଙ୍କୁ ସମ୍ମାନିତ କରାଯିବା ସହ ସେମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସମସ୍ତ ପ୍ରତିକୂଳ ପରିସ୍ଥିତିରେ କେବଳ ଆଜି ନୁହଁ, ବିଗତ ଦିନରେ ମଧ୍ୟ କିନ୍ନରମାନେ ସମାଜରେ କ୍ରୀଡ଼ା, କଳା, ଶିକ୍ଷା, ସରକାରୀ ସେବା ତଥା ପ୍ରଶାସନିକ ସେବା ଭଳି ବିଭିନ୍ନ ବର୍ଗରେ ସଫଳତା ହାସଲ କରି ପ୍ରତିଷ୍ଠା ହାସଲ କରିଥିବା ସାଂସଦ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ। ସେହିପରି ଓଡ଼ିଶା କିନ୍ନର ସଂଘର ସଭାପତି କିନ୍ନର ମୀରା ପରିଡ଼ା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଅନୁଗୁଳ ପ୍ରଥମ ଜିଲ୍ଲା ଭାବେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି କିନ୍ନରମାନଙ୍କୁ ସମ୍ମାନ ଦେଇଥିବା ପ୍ରକାଶ କରିଥିଲେ। ଏହି ଅବସରରେ କରାନା କାଳରେ ରୋଗୀ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ କିନ୍ନର ଚିନ୍ମୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ, ହିନ୍ଦୋଳ ବ୍ଳକ ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମାହୁନ୍ତ, ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ୍ କୁମାର ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ବିୟଣ୍ଡ ସ୍ଲାଇଲ୍‌ର ଅଧ୍ୟକ୍ଷ ଗଦାଧର ସାହୁ ସଂଯୋଜନା କରିଥିଲେ।pool

Share

Leave a Reply