ମା ହିଙ୍ଗୁଳାଙ୍କ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ

You are currently viewing ମା ହିଙ୍ଗୁଳାଙ୍କ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ତାଳଚେର:
ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରତିମୂର୍ତ୍ତି ଥାଇ ଏକ ସ୍ୱତନ୍ତ୍ର ଡାକ ଲଫାପା ବଲଣ୍ଡା ଠାରେ ଆଜି ଉନ୍ମୋଚନ କରାଯାଇଛି। ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,ମା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ସଭାପତି ତଥା ଉପଜିଲ୍ଲାପାଳ (ତାଳଚେର) ରଜନୀକାନ୍ତ ସ୍ବାଇଁ, ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ପି ବି ରେଡି ଏବଂ ଡାକ ବିଭାଗର ବରିଷ୍ଠ ଅଧିକାରୀ ଭାଗ୍ୟଧର ଦାସ, ଡ. ଜଗବନ୍ଧୁ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

ଏହି ସ୍ୱତନ୍ତ୍ର ଡାକ ଲଫାପାରେ ମା ହିଙ୍ଗୁଳାଙ୍କ ଅବସ୍ଥିତି ଓ ମହିମା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଢେଙ୍କାନାଳ ଡାକମଣ୍ଡଳ ଆୟୋଜନ କରିଥିଲା ବେଳେ ଟ୍ରଷ୍ଟ ସଦସ୍ୟ ଜଗ ମୋହନ ଗଡ଼ନାୟକ, ମୁରଲୀଧର ସାହୁ, ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply