ଅନୁଗୁଳ: ଶୈଳଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ । ୧୬ ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଛନ୍ତି ମହାପ୍ରଭୁ। ବୀର ନାଗା ବେଶରେ ଦୁଇ ଭାଇ ଜଗା-ବଳିଆ ସଜେଇ ହୋଇଛନ୍ତି l ତ୍ରିଭୁବନେଶ୍ୱରୀ ବେଶରେ ସଜେଇ ହୋଇଛନ୍ତି ଦେବୀ ସୁଭଦ୍ରା । ନାଗାର୍ଜୁନ ବେଶ ସମ୍ପନ୍ନ ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ଯଥାରୀତିରେ ପାଳନ କରାଯାଇଥିଲା। ଚଳିତବର୍ଷ କରୋନା ମହାମାରୀ ଯୋଗୁ ମହାପ୍ରଭୁଙ୍କ ଏହି ବିରଳ ଓ ଦୁର୍ଲ୍ଲଭ ବେଶ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ।
ଶୈଳଶ୍ରୀକ୍ଷେତ୍ରରେ ନାଗାର୍ଜୁନ ବେଶ
- Post published:November 27, 2020
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Angul TV Bureau
