ଅନୁଗୁଳ: ଆସନ୍ତା ୪ ତାରିଖରେ ଅନୁଗୁଳ ଲକ୍ଷ୍ମୀ ପୂଜା ସମୂହର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ।ଏଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୌର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ମୃଣ୍ମୟ ମୂର୍ତ୍ତିଗୁଡ଼ିକୁ ପୌର ପାଳିକା ଦ୍ଵାରା ନିର୍ମାଣ କରାଯାଇଥିବା ନିକଟବର୍ତ୍ତୀ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଇବାକୁ ନିର୍ଦେଶନାମା ଜାରି କରାଯାଇଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାରି ସ୍ଵତନ୍ତ୍ର ଗାଇଡ ଲାଇନ ଅନୁସାରେ ମୂର୍ତ୍ତି ବିସର୍ଜନ କରାଯିବ। ଅସ୍ଥାୟୀ ପୋଖରୀର ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।ଭସାଣୀ ସମୟରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ବା ଡାକବାଜି ଯନ୍ତ୍ର ବ୍ୟବହାର ହୋଇପାରିବ ନାହିଁ ବୋଲି ତାଗିଦ୍ କରାଯାଉଛି।
୪ରେ ଲକ୍ଷ୍ମୀ ପୂଜା ଭସାଣୀ
- Post published:November 3, 2020
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Angul TV Bureau
