ଅନୁଗୁଳ: ଆଜି ପ୍ରକାଶିତ ହୋଇଥିବା ସିବିଏସି ଦଶମ ବୋର୍ଡ ପରୀକ୍ଷାରେ ଜିଲ୍କାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲକୁ ଶତ ପ୍ରତିଶତ ସଫଳତା ମିଳିଛି। ଏହି ସ୍କୁଲର ଛାତ୍ରୀ ସୁଶ୍ରୀ ସ୍ନେହା ଦାସ ୯୧ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର ହୋଇଛନ୍ତି। ସ୍କୁଲର ସଫଳତା ନେଇ ଚେୟାରମ୍ୟାନ ଡା ମହେଶ ଚନ୍ଦ୍ର ଧଳ ଆନନ୍ଦ ପ୍ରକାଶ କରିବା ସହ ଟପର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍କୁଲର ଅଧ୍ୟକ୍ଷ ସନ୍ତୋଷ କୁମାର ଗୌଡ଼,ଉପାଧ୍ୟକ୍ଷ ଅଧ୍ୟାପକ ପ୍ରଦୀପ ଦାଶ୍ ଓ ଜନ ସଂପର୍କ ଅଧିକାରୀ ବଂଶୀଧର ମିଶ୍ର ସ୍କୁଲର ସଫଳତା ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକଙ୍କ ସହଯୋଗ ଓ ଛାତ୍ର ଛାତ୍ରୀଙ୍କ ପରିଶ୍ରମ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି।
ଦଶମ ବୋର୍ଡ ପରୀକ୍ଷାରେ ଆଦର୍ଶ ସ୍କୁଲର ୧୦୦ ପ୍ରତିଶତ ସଫଳତା
- Post published:May 12, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul