୧୧ ଦଫା ଦାବିରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ

You are currently viewing ୧୧ ଦଫା ଦାବିରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ

 

ଅନୁଗୁଳ: ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର କାର୍ଯ୍ୟରତ କର୍ମଚାରୀ ବିଗତ ୨୦୧୩ ମସିହା ଠାରୁ (ଚିକିତ୍ସା ହେଲଥ କେୟାର ଲିମିଟେଡ) ନାମକ ଠିକା ସଂସ୍ଥା ଦ୍ୱାରା ପରିଚାଳିତ ହୋଇଥିବା ୧୦୮ ଆମ୍ବୁଲାନ୍ସରେ ନିଷ୍ଠାପୂର୍ଣ୍ଣ ଓ ନିଃସ୍ଵାର୍ଥପର ଭାବରେ ସେବା ଯୋଗାଇ ଆସୁଛନ୍ତି।୨୧/୧୦/୨୦୨୪ ତାରିଖ ଠାରୁ M/S EMRI GREEN ନାମକ ଠିକା ସଂସ୍ଥାକୁ ନୂତନ ଦାୟିତ୍ଵ ଗ୍ରହଣ କରିଛି। ଅଲ ଓଡ଼ିଶାରେ ୨୦୦ କର୍ମଚାରୀଙ୍କୁ କାର୍ଯ୍ୟ ଦେଇନାହିଁ। ଯାହା ଫଳରେ ଅଲ ଓଡ଼ିଶାର ସମସ୍ତ କର୍ମଚାରୀମାନେ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଧାନ କରିଛନ୍ତି।

ଆସନ୍ତା ୩୦ ତାରିଖ ଭିତରେ ଯଦି ଦାବି ପୂରଣ ନ ହୁଏ ତାହେଲେ ଜିପିଏସକୁ ବନ୍ଦ କରି ରୋଗୀ ସେବା କରିବେ। ତା’ ପରେ ବି ଯଦି ସରକାର ଦାବି ପୂରଣ ନ କରନ୍ତି ତା ହେଲେ ଆସନ୍ତା ନଭେମ୍ବର ଆରମ୍ଭରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଯାହା କିଛି ସମସ୍ୟା ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି।

Share

Leave a Reply