୧୧ତମ ହେମସୁରପଡା ଫୁଟବଲ କପ୍ ଉଦ୍‌ଘାଟିତ

You are currently viewing ୧୧ତମ ହେମସୁରପଡା ଫୁଟବଲ କପ୍ ଉଦ୍‌ଘାଟିତ

ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ଟାଉନ ହାଇ ସ୍କୁଲ ପଡ଼ିଆରେ ଏକାଦଶ ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ବିଧାନ‌ସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିବା ସହ ରାଜ୍ୟରେ ଫୁଟବଲର ଲୋକପ୍ରିୟତା ବୃଦ୍ଧି ପାଉଥିବା ପ୍ରକାଶ କରିଥିଲେ। ସମ୍ମନିତ ଅତିଥି ଭାବେ ପୌରାଧକ୍ଷ ଅକ୍ଷୟ ସାମନ୍ତ, ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ବସ୍ତିଆ, ପରମାନନ୍ଦ ମିଶ୍ର, ଉଦ୍ୟୋଗୀ ସତ୍ୟାନନ୍ଦ ଦଳବେହେର।, ବୃନ୍ଦାବନ ସ୍ୱାଇଁ, କାଉନ୍‌ସିଲର ଉଷାରାଣୀ ସାମଲ, କ୍ରୀଡା ଅଧିକାରୀ ଅକ୍ଷୟ ସିଠ, ଆଇପିଇ ପ୍ରଶାନ୍ତ ସିହ୍ନା, ସୁଜିତ ଦ୍ବିବେଦୀ, ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଉଦ୍‌ଘାଟନୀ ମ୍ୟାଚରେ ଅନୁଗୁଳର ମାବୁଢ଼ୀ କ୍ଲବ ଢେଙ୍କାନାଳକୁ ଟାଇ ବ୍ରେକର ଯୋଗେ ୭-୬ ଗୋଲରେ ପରାସ୍ତ କରିଥିଲା। ଖେଳର ଉଭୟାର୍ଧ ଗୋଲ ଶୂନ୍ୟ ରହିଥିଲା। ଉଦ୍ୟୋକ୍ତା ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବର କର୍ମକର୍ତା ସମାରୋହ ପରିଚାଳନା କରିଥିଲେ।

Share

Leave a Reply