ଅନୁଗୁଳ: ତୁରଙ୍ଗ ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଚାଲିଥିବା ୧୧ତମ ତୁରଙ୍ଗ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଶେଷ ହୋଇଛି। ଉଦଯାପନୀ ଫାଇନାଲ ମ୍ୟାଚ୍ ଭୁବନେଶ୍ୱରର ଜଗା ୟୁନାଇଟେଡ୍ ଓ ସୁନ୍ଦରଗଡ଼ର ଯମୁନା ଫୁଟବଲ କ୍ଲବ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଜଗା ୟୁନାଇଟେଡ ୩-୨ ଗୋଲରେ ବିଜୟ ଲାଭ କରିଛି। ଜଗା ୟୁନାଇଟେଡ୍ ତରଫରୁ ୧୫ ନଂ ଜର୍ସି ରେ ଖେଳୁଥିବା ଦିନବନ୍ଧୁ ଦାସ ୨ଟି ଗୋଲ ଦେଇ ମ୍ୟାନ୍ ଅଫ ଦି ମ୍ୟାଚ ବିବେଚିତ ହେଇଥିଲେ।
ଉତ୍ସବରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ତାମଡା ଚେୟାରମ୍ୟାନ ଅବନିକାନ୍ତ ସାହୁ ,ସମିତି ସଭ୍ୟ ସୋରଜ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଚେୟାରମ୍ୟାନ ବରୁଣ ସାହୁ, ଭାଇସ୍ ଚେୟାରମ୍ୟାନ୍ ଛବି ନାରୟଣ ସାହୁ, ପୂର୍ବତନ ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ପୂର୍ଣ୍ଣଚନ୍ଦ୍ର ରାଉତ, ପୂର୍ବତନ ଜିଲ୍ଲା ପରିଷଦ ସନ୍ତୋଷ ଦାସ ଓ କ୍ଲବ ସଭାପତି ପବିତ୍ର ମୋହନ ଦାସ ପ୍ରମୁଖ ଯୋଗ ଦେଇଥିଲେ।