ଦ୍ବାଦଶ ସାତକୋଶିଆ ମହୋତ୍ସବ ଉଦଯାପିତ

You are currently viewing ଦ୍ବାଦଶ ସାତକୋଶିଆ ମହୋତ୍ସବ ଉଦଯାପିତ

ଅନୁଗୁଳ: ସ୍ଥାନୀୟ ସଭାଘରେ ଆୟୋଜିତ ଦୁଇ ଦିନିଆ ସାତକୋଶିଆ ମହୋତ୍ସବ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ନିଜ ଅଭିଭାଷଣରେ ସେ ଓଡ଼ିଶାର କଳା ସଂସ୍କୃତି କାଳଜୟୀ ବୋଲି ପ୍ରକାଶ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନୃତ୍ୟ ନିଳୟର ଉପଦେଷ୍ଟା ହେମନ୍ତ କୁମାର ଦାଶ,ସଭାପତି ସୁଶ୍ରୀ ଅନିତା ସିଂହଦେଓ ପ୍ରମୁଖ ଯୋଗ ଦେଇଥିଲେ। ସଂଗଠନର ସମ୍ପାଦିକା ସ୍ବପ୍ନାରାଣୀ ସିହ୍ନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ଼ା ଅଙ୍କିତା ରଥଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ଗୁରୁ ପ୍ରମିଳା ଦାସ,ବିଶିଷ୍ଟ କଥକ ନୃତ୍ୟାଙ୍ଗନା କବିତା ଠାକୁରଙ୍କୁ ସାତକୋଶିଆ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶୀ ନୃତ୍ୟ ଶେଷରେ ନୂଆ ଦିଲ୍ଲୀ କଳାଶ୍ରୀ ପକ୍ଷରୁ କବିତା ଠାକୁର ଆକର୍ଷଣୀୟ କଥକ,ଗୁରୁ
ଏବଂ ରାଉରକେଲାର ସୌଜନ୍ୟା ପ୍ରଧାନ ଓ ପୌଲମି ଦାସ ଯୁଗଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସର୍ବଶେଷରେ ନୃତ୍ୟନୀଳୟର ଛାତ୍ର ଛାତ୍ରୀ ମାନେ ଓଡ଼ିଶୀ ଦଳଗତ ନୃତ୍ୟ ପରିବେଷଣ କରିଥିଲେ ।

Share

Leave a Reply