ବଅଁରପାଳ : ସ୍ଥାନୀୟ ବଅଁରପାଳ ବ୍ଲକ ଫୁଲପଡ଼ା ଛକରେ ଆଜି ଅନୁଗୁଳ ଜିଲ୍ଲା ଯୋଗାଣ ଅଧିକାରୀ ସ୍ମିତା ନାୟକଙ୍କ ନେତୃତ୍ୱରେ ଏକ ଦଳ ଅତର୍କିତ ଚଢ଼ାଉ କରି କୁମର ଗଡନାୟକଙ୍କ ଘରେ ଗଚ୍ଛିତ ଥିବା ଧାନ ବସ୍ତା ଜବତ କରିଛନ୍ତି।
ଧାନ ବସ୍ତାଗୁଡି଼କ କଳା ବଜାରୀ ପାଇଁ ରଖାଯାଇଥିଲା। ଚଢ଼ଉ ବେଳେ ତିନି ଶହ ବସ୍ତା ବା ଦେଢ଼ ଶହ କୁଇଣ୍ଟାଲ ଧାନ ଜବତ ହୋଇଛି। ଏ ନେଇ ଧାନ ରଖିଥିବା କୁମର ଗଡ଼ନାୟକ ବିରୋଧରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ ହୋଇଛି। ତେବେ ସେ ଏତେ ମାତ୍ରାରେ ଧାନ କେଉଁଥି ପାଇଁ ଗଚ୍ଛିତ ରଖିଥିଲେ, ତାହାର ସନ୍ତୋଷ ଜନକ ଉତ୍ତର ଦେଇନଥିଲେ ବୋଲି ଯୋଗାଣ ଅଧିକାରୀ କହିଛନ୍ତି। ଜବତ ହୋଇଥିବା ସମସ୍ତ ଧାନ ଅନୁଗୁଳ ମିଲକୁ ଜିମା ଦିଆଯାଇଥିବା ଜଣାଯାଇଛି।
ବ୍ୟବସାୟୀଙ୍କ ଘରେ ଚଢ଼ଉ, ବେଆଇନଭାବେ ଗଚ୍ଛିତ ଥିବା ୧୫୦ କୁଇଣ୍ଟାଲ ଧାନ ଜବତ
