ସରିଲା ୧୫ତମ ତାଇକୋଣ୍ଡୋ କଲର ବେଲ୍ଟ ପରୀକ୍ଷା, ଯୋଗ ଦେଲେ ୪୭ ଛାତ୍ରଛାତ୍ରୀ

You are currently viewing ସରିଲା ୧୫ତମ ତାଇକୋଣ୍ଡୋ କଲର ବେଲ୍ଟ ପରୀକ୍ଷା, ଯୋଗ ଦେଲେ ୪୭ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସା ରେ ଗା ମା ପା ଭବନ ଠାରେ ତାଇକୋଣ୍ଡୋ ସଂଘର ସଂପାଦକ ତଥା ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାଥଙ୍କ ତତ୍ତ୍ୱାବଧାନରେ ୧୫ ତମ ତାଇକୋଣ୍ଡୋ କଲର ବେଲ୍ଟ ପରୀକ୍ଷା ଶେଷ ହୋଇଛି। ଶିବିରରେ ଅନୁଗୁଳ ଜିଲ୍ଲାର ୪୭ ଜଣ ବାଳକ ଓ ବାଳିକା ପରୀକ୍ଷା ଦେଇଥିଲେ।

ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସେଠ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନl, ଅନ୍ୟତମ ଅତିଥି ଭାବେ ତାଇକୋଣ୍ଡୋ ସଂଘର ଉପସଭାପତି ଆଇନଜୀବୀ ପ୍ରଦୀପ କୁମାର ଦେବତା, ସମାଜ ସେବୀ ପର୍ଶୁରାମ ଦାଶ, ଅନୁପ କୁମାର ପଟ୍ଟନାୟକ, ଜାତୀୟ ବିଚାରକ ପ୍ରଭାତ କୁମାର ସାହୁ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ରଙ୍ଗୀନ୍ ବେଲ୍ଟ୍ ପ୍ରଦାନ କରିଥିଲେ I ଜାତୀୟ ବିଚାରକ ତଥା ଖେଳାଳି ଓ କନ୍ୟାରତ୍ନ ପ୍ରାପ୍ତ ଜିନ୍ଦଲ ସ୍କୁଲର ଶିକ୍ଷୟିତ୍ରୀ ତପସ୍ୱିନୀ ପ୍ରଧାନ, ଲିଟିଲ୍ ହାର୍ଟସ ସ୍କୁଲର ଶିକ୍ଷୟତ୍ରୀ ଜସ୍ଲିନ୍ ସାହୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜାତୀୟ ଖେଳାଳି ପ୍ରୀତମ୍ କୁମାର ସାହୁ, ସାଗର ଦେହୁରୀ ଓ ଶେଖର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply