ଅନୁଗୁଳ: ଗତ ସୋମବାର ଅନୁଗୁଳ ଟାଉନ ଅମଲାପଡ଼ାରୁ ବ୍ୟାଟେରି ଚୋରି ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ଆଶିଷ ବାରିକ ଓ ବିନୋଦ କୁମାର କର୍ଣ୍ଣ।
ସୂଚନା ମୁତାବକ, ଅମଲାପଡ଼ାର ସୂର୍ଯ୍ୟକାନ୍ତ ସାମନ୍ତଙ୍କ ଟ୍ରକ୍ (ଓଆର୍-୧୯କେ-୪୧୪୧) ସପ୍ତମ ଲାଇନ୍ରେ ଛିଡ଼ା ହୋଇଥିଲା। ସୋମବାର ମଧ୍ୟାହ୍ନରେ ଟ୍ରକ୍ରୁ ଦୁଇଟିର ବ୍ୟାଟେରି ଚୋରି ହୋଇଥିଲା। ଦୁର୍ବୃତ୍ତ ଏକ ଅଟୋରେ ଆସି ଟ୍ରକ୍ରୁ ବ୍ୟାଟେରି ଖୋଲିନେବାର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିଲା। ଏ ସମ୍ପର୍କରେ ସୂର୍ଯ୍ୟକାନ୍ତ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋ ଘଟଣାର ତଦନ୍ତ କରି ଆଜି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା କନ୍ତାର ଗାଁର ଆଶିଷ ବାରିକ(୨୬) ଓ ଅମଲାପଡ଼ାର ବିନୋଦ କୁମାର କର୍ଣ୍ଣ(୬୬)ଙ୍କୁ ଗିରଫ କରିଛି।