ଟ୍ରକକୁ ପଛଆଡ଼ୁ ଧକ୍କା ଦେଲା ବାଇକ, ୨ ଆରୋହୀ ଗୁରୁତର

You are currently viewing ଟ୍ରକକୁ ପଛଆଡ଼ୁ ଧକ୍କା ଦେଲା ବାଇକ, ୨ ଆରୋହୀ ଗୁରୁତର

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା- ଅନୁଗୁଳ ରାଜ୍ୟ ରାଜପଥ ୬୩ ର ଛେଣ୍ଡିପଦା ଗୁଡ଼ିମଡ଼ା ଜଙ୍ଗଲ ହମ୍ପସରେ ଏକ ଟ୍ରକକୁ ପଛଆଡୁ ବାଇକ ଧକ୍କା ଦେବା ଫଳରେ ୨ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ଦେଓଗଡ଼ ଜିଲ୍ଲା କୁଣ୍ଢେଇଗୋଳ ଥାନା ତାଳବାହଳର କାଳୀଚରଣ ପ୍ରଧାନ ଏବଂ ବୁଢାପାଳ ପଞ୍ଚାୟତ ପୁଟବୋଲର ଅନାଦି କିଷାନ ବୋଲି ଜଣାଯାଇଛି।

ସୂଚନା ମୁତାବକ, କାଳୀଚରଣ ଓ ଅନାଦି ଶନିବାର ଏକ ବାଇକରେ କସିଡିହକୁ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ ଉଭୟ ମଟରସାଇକେଲରେ ଛେଣ୍ତିପଦା ଅପେରା ଦେଖିବାକୁ ଆସୁଥିବା ବେଳେ ହମ୍ପସରେ ଭାରସାମ୍ୟ ହରାଇ ଏକ ଟ୍ରକ ପଛରେ ପିଟି ହୋଇଯାଇଥିଲେ। ଫଳରେ ଉଭୟ ଆହତ ହୋଇ ରାସ୍ତାରେ ପଡ଼ିଥିଲେ। ଘଟଣାସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଥିଲା। ରାତିରେ କିଛି ବାଟୋଇ ସେମାନଙ୍କୁ ଦେଖି ପୋଲିସକୁ ଖବର ଦେବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କାଳୀଚରଣଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ଘଟଣାର ଛାନଭିନ ଆରମ୍ଭ କରିଛି।

Share

Leave a Reply