ହଣ୍ଡପା ବନ ବିଭାଗକୁ ସଫଳତା: ବନ୍ଧୁକ ସହ ୨ ଶିକାରୀ ଗିରଫ

You are currently viewing ହଣ୍ଡପା ବନ ବିଭାଗକୁ ସଫଳତା: ବନ୍ଧୁକ ସହ ୨ ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ବନ ବିଭାଗ ପକ୍ଷରୁ ସୋମବାର ଦିନ ହଣ୍ଡପା ଜଙ୍ଗଲରୁ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବାଗେଡିଆ ଥାନା ପାତ୍ରପଡ଼ା ଅଞ୍ଚଳର କୁନାଲ ବେହେରା, ଅରୁଣ କୁମାର ବେହେରା। ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି।

ବନ ବିଭାଗର ସୂଚନା ଅନୁସାରେ, ଉଭୟ ଶିକାରୀ ଜଙ୍ଗଲରେ ଜନ୍ତୁ ଶିକାର କରିବା ପାଇଁ ବୁଲୁଥିବା ଖବର ହଣ୍ଡପା ବନ ବିଭାଗ ପାଇଥିଲା। ରେଞ୍ଜର ନରେନ୍ଦ୍ର ଗମାଙ୍ଗ, ଫରେଷ୍ଟର ପୁରୁଷୋତ୍ତମ ଦେହୁରୀଙ୍କ ସମେତ ବନ କର୍ମଚାରୀ ସେମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Share

Leave a Reply