ଭାଲୁ ଆକ୍ରମଣରେ ୨ ଆହତ, ବନ ବିଭାଗ ଦୃଷ୍ଟି ଦେବାକୁ ଦାବି

You are currently viewing ଭାଲୁ ଆକ୍ରମଣରେ ୨ ଆହତ, ବନ ବିଭାଗ ଦୃଷ୍ଟି ଦେବାକୁ ଦାବି

କିଶୋରନଗର: ସ୍ଥାନୀୟ କିଶୋରନଗର ଥାନା ଅଞ୍ଚଳରେ ଭାଲୁ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ କିଶୋରନଗର ଥାନା କଦଳୀମୁଣ୍ଡା ପଞ୍ଚାୟତର ବଣିଆଦୋହଲୀ ଗ୍ରାମର ପଦ୍ମିନୀ ପ୍ରଧାନ (୬୦) ଆଜି ନିଜ ଘର ବାରି ପଟକୁ ଯାଇଥିବା ବେଳେ ଏକ ଜଙ୍ଗଲୀ ଭାଲୁ ଆକ୍ରମଣ କରି ଖଣ୍ଡିଆଖାବରା କରି ପକାଇଛି। ତାଙ୍କୁ ଗୁରୁତରରେ ଅବସ୍ଥାରେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ଠେଲକନାନାଳୀ ଗ୍ରାମର କପିଳ ଦେହୁରୀ( ୫୫) ନିଜ ଜମିକୁ ଚାଷ କାମରେ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଚିକିତ୍ସା ପାଇଁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅଞ୍ଚଳରେ ଭାଲୁଙ୍କ ଉତ୍ପାତ ବଢ଼ୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଥିବା ଜଣାଯାଇଛି। ଏଣୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

Share

Leave a Reply