ଅନୁଗୁଳ: ଏକ ଗଣଦୁଷ୍କର୍ମ ମାମଲାର ଶୁଣାଣି କରି ଗୁରୁବାର ଶିଶୁ ବିଭାଗ କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି। ଗତ ୨୦୧୮ ମସିହା ମେ’ ୩ ତାରିଖରେ ହଣ୍ଡପା ଥାନା ଅନ୍ତର୍ଗତ ନାକଚି ଠାରେ ୫ ଜଣ ଯୁବକ ଜଣେ ମହିଳାଙ୍କୁ ଜୋରଜବରଦସ୍ତ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ସେହି ଗଣ ଦୁଷ୍କର୍ମ ଘଟଣାରେ ଜଣେ ନାବାଳକଙ୍କ ମଧ୍ୟ ସମ୍ପୃକ୍ତି ଥିଲା। ସେତେବେଳେ ହଣ୍ଡପା ଥାନା କେସ୍ ନମ୍ବର ୬୬ ଦଫା ୩୮୬ ଡି ରେ ଏକ ମାମଲା ରୁଜୁ ହୋଇ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଠମଲ୍ଲିକ କୋର୍ଟରେ ସଜା ହୋଇଥିଲା। କିନ୍ତୁ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ନାବାଳକର ଶୁଣାଣି ଗୁରୁବାର ଅନୁଗୁଳ ଶିଶୁ ବିଭାଗ କୋର୍ଟରେ ଥିଲା। ଶିଶୁ ବିଭାଗ କୋର୍ଟର ଜଜ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ରଂଜିତା ଜ୍ୟୋତିଶି ୨୬ ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ନାବାଳକକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତାପସ ରଞ୍ଜନ ମିଶ୍ର ମାମଲା ପରିଚାଳନା କରିଥିଲେ।
୨୦୧୮ ମସିହାର ଗଣଦୁଷ୍କର୍ମ ଘଟଣା: ନାବାଳକକୁ ୨୦ ବର୍ଷ ଜେଲ-ଜରିମାନା
- Post published:June 22, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ବାଂଲାଦେଶରେ ଜଗନ୍ନାଥଙ୍କ ମୂର୍ତ୍ତି ଭାଙ୍ଗିବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟପୂର୍ଣ୍ଣ: ସଂସଦରେ ଉଦବେଗ ପ୍ରକାଶ କଲେ ଢେଙ୍କାନାଳ-ଅନୁଗୁଳ ସାଂସଦ ରୁଦ୍ର ନାରାୟଣ ପାଣି
ନିର୍ବାଚନ ପାଇଁ ଉତ୍ତରାଞ୍ଚଳ ଓ ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ରେଞ୍ଜରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ, ଜବତ ହୋଇଛି ନଗଦ ୨ କୋଟି ୬୭ ଲକ୍ଷ କଳା ଟଙ୍କା ଏବଂ ୯ କୋଟିର ମାଦକ ଦ୍ରବ୍ୟ


