ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

You are currently viewing ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ବତନ୍ତ୍ର ପାଷ୍ଟ ଟ୍ରାକ୍ କୋର୍ଟରେ ସୋମବାର ଜଣେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନା ଯେ, ୨୦୧୯ ମସିହା ଅକ୍ଟୋବର ୧୯ ତାରିଖରେ ବଅଁରପାଳ ଥାନାରେ ଜଣେ ୧୩ ବର୍ଷର ନାବାଳିକା ଏକ ଲିଖିତ ଅଭିଯୋଗ କରିଲେ ଯେ, ତାଙ୍କ ପଡ଼ୋଶୀ ଘରକୁ ପ୍ରାୟ କାଚ କଉଡ଼ି ଖେଳିବାକୁ ଯାଆନ୍ତି। ସେଠାରେ ତାଙ୍କ ପୁଅ ପ୍ରତାପ ନାଏକ(୪୪) ତାଙ୍କୁ ଦଷ୍କର୍ମ କରିଥିଲେ। ଏହାପରେ ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିଚାଲିଲେ। ଏ କଥା କାହା ଆଗରେ ପ୍ରକାଶ କରିଲେ ଜୀବନରୁ ମାରି ଦେବାକୁ ଧମକ ଦେଲେ। ଏହାପରେ ନାବାଳିକା ଗର୍ଭବତୀ ହେବାରୁ ତାଙ୍କ ପରିବାର ଲୋକ ଜାଣିଲେ। ଏହାପରେ ଥାନାରେ ଲିଖିତ ଅଭିଯୋଗ କରିଲେ। ଅଭିଯୋଗପାଇ ପୁଲିସ ଥନା କେସ୍ ନଂ ୨୪୦/୧୯ରେ ଦଫା ୩୭୬(୨(ଏନ୍), ଦଫା ୩୭୬(୩), ୫୦୬ ଋ ପକ୍ଶୋ ଆଇନର ଧାରା ୬ରେ ଏକ ମାମଲା ରୁଜୁକରି ପ୍ରତାପଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା।

ଏହିମାମଲାର ବିଚାରକରି ଅନୁଗୁଳ ଜିଲ୍ଲା ସ୍ବତନ୍ତ୍ର ପାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ପିଆର ବହିଦାର ଅଭିଯୁକ୍ତ ପ୍ରତାପ ନାଏକଙ୍କୁ ଦୋଷୀ ସାବ୍ୟସ୍ତକରି ଦଫା ୩୭୬(୩) ଓ ପକସୋ ଆଇନର ଧାରା ୬ ପାଇଁ ୨୦ ବର୍ଷ ସଶ୍ରମ କାରାଦଣ୍ଡସହ ୨୦ ହଜାର ଟଙ୍କା ଜୋରିମାନା ଦେବେ। ଜୋରିମାନା ଅନାଦେୟ ହେଲେ ଅଧିକ ୩ ମାସ କାରାଦଣ୍ଡ ଭୋଗିବେ। ଦଫା ୩୭୬(୨)(ଏନ) ପାଇଁ ୧୦ ବର୍ଷ ସଶ୍ରମ କାରାଦଣ୍ଡସହ ୧୦ ହଜାର ଟଙ୍କା ଜୋରିମାନା ଦେବେ। ଜୋରିମାନା ଅନାଦେୟ ହେଲେ ଅଧିକ ୨ ମାସ କାରାଦଣ୍ଡ ଭୋଗିବେ। ଜୋରାମାନା ଆଦାୟ ହେଲେ ପିଡ଼ୀତାଙ୍କ ଭରଣ ପୋଷଣ ପାଇଁ ପ୍ରଦାନ କରିବାକୁ ବିଚାରପତି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ସୁଶାନ୍ତ କୁମାର ମିଶ୍ର ମାମଲା ପରିଚାଳନା କରିଥିଲେ।

Share

Leave a Reply