ପିଟିସିର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ମେଗା ରକ୍ତ ଦାନ ଶିବିର

You are currently viewing ପିଟିସିର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ମେଗା ରକ୍ତ ଦାନ ଶିବିର

ଅନୁଗୁଳ: ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ମେଗା ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା। ପିଟିସି ହଲରେ ଆୟୋଜିତ ଏହି ଶିବିରକୁ କଲେଜର ପ୍ରିଂଶିପାଲ ଜୟ ନାରାୟଣ ପଙ୍କଜ ଉଦଘାଟନ କରି ରକ୍ତଦାନ ମହତ୍ ଦାନ ବୋଲି କହିଥିଲେ।

ଏହି ଶିବିରରୁ ୭୯ ୟୁନିଟ୍ ଓ ପୋଜିଟିଭ, ୬୨ ବି ପୋଜିଟିଭ,୪୫ ଏ ପୋଜିଟିଭ୍,୧୪ ଏବି ପୋଜୀଟିଭ ଓ ଗୋଟିଏ ବି ନେଗେଟିଭ ରକ୍ତ ଏହିପରି ମୋଟ ୨୦୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। କଲେଜର ଭାଇଶ୍ ପ୍ରିନ୍ସିପଲ୍ ଚାମର ଭୋଇ ଓ ଅନ୍ୟ ବହୁ ଅଧିକାରୀ ଶିବିରରେ ଉପସ୍ଥିତ ଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ,୧୯୩୭ ମସିହାରେ କନଷ୍ଟେବଳ ଟ୍ରେନିଂ ସେଣ୍ଟର୍ ଭାବେ ଏହା ପ୍ରଥମେ ଆରମ୍ଭ ହୋଇ ୧୯୪୮ରେ ଏହା ପିଟିସିରେ ରୂପାନ୍ତରିତ ହୋଇଥିଲା ।

Share

Leave a Reply