ଅନୁଗୁଳରେ ମାତିଛି ପାଗଳ କୁକୁର, ୨୨ ଜଣଙ୍କୁ କଲାଣି ଘାଇଲା

You are currently viewing ଅନୁଗୁଳରେ ମାତିଛି ପାଗଳ କୁକୁର, ୨୨ ଜଣଙ୍କୁ କଲାଣି ଘାଇଲା

ଅନୁଗୁଳ: ଅନୁଗୁଳରେ ମାତିଛି ପାଗଳ କୁକୁର। ଯାହାକୁ ଦେଖୁଛି ଗୋଡ଼େଇ ଗୋଡ଼େଇ କାମୁଡୁଛି। ଇତି ମଧ୍ୟରେ କୁକୁର କାମୁଡ଼ାରେ ୨୨ ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରେ ଛୋଟ ଛୁଆ ଠାରୁ ଆରମ୍ଭ କରି ବଡ଼ ଲୋକ ଅଛନ୍ତି।

ଅନୁଗୁଳ ଅଞ୍ଚଳର ଶୁଶୁଡା, କଲେଜ ଛକ, ହାଟ ଛକ, ହୁଲୁରିସିଂହା, ହେମସୁରପଡାରେ ଏହି ପାଗଳ କୁକୁର ବୁଲୁଛି। ଆହତ ମାନେ ହେଲେ କୃଷ୍ଣ ଚନ୍ଦ୍ର ବେହେରା, ଆୟୁଷ୍ମାନ ଦେହୁରୀ, ଅଭିରାମ ମାଝୀ, ଗୋଲଖ ନାଏକ, ବାବୁ ଦାସ, ଲକ୍ଷ୍ମୀ ପ୍ରିୟା ବେହେରା ପ୍ରମୁଖ। ତେବେ ସମସ୍ତ ଆହତଙ୍କୁ ଚିକିତ୍ସା କରାଯାଉଛି ବୋଲି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଏସ.ଏନ. ପଣ୍ଡା କହିଛନ୍ତି। ଏହି ପାଗଳ କୁକୁରକୁ କାବୁ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Share

Leave a Reply