ଅବକାରୀ ବିଭାଗର ଚଢ଼ଉ: ୨୩୫ ଲିଟର ଦେଶୀ ମହୁଲି ମଦ ଜବତ, ୩ ଗିରଫ

You are currently viewing ଅବକାରୀ ବିଭାଗର ଚଢ଼ଉ: ୨୩୫ ଲିଟର ଦେଶୀ ମହୁଲି ମଦ ଜବତ, ୩ ଗିରଫ

ବଇଣ୍ଡା: ବଇଣ୍ଡା ଓ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ରବିବାର ହଣ୍ଡପା ଓ ଠାକୁରଗଡ଼ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦେଶୀ ମହୁଲି ମଦ ଜବତ କରିଛନ୍ତି। ଏଥିସହ ୩ ଜଣ ଙ୍କୁ ଗିରଫ କରାଯାଇଛି।
ଚଢ଼ଉ ବେଳେ ହଣ୍ଡପା ଥାନା ଭେଜିଗୋଠ ଗ୍ରାମର ବୈକୁଣ୍ଠନାଥ ବେହେରାଙ୍କ ଘରୁ ୩୦ ଲିଟର, ବୁଦୁଲିମୁଣ୍ଡା ଗ୍ରାମର ପ୍ରଣତି ସାହୁଙ୍କ ଘରୁ ୧୭୫ ଲିଟର, ଠାକୁରଗଡ଼ ଥାନା ବରପାଲି ଗ୍ରାମର ଶତ୍ରୁଘ୍ନ ପ୍ରଧାନଙ୍କ ଘରୁ ୩୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ଏହି ଚଢ଼ଉ ବେଳେ ଆଠମଲ୍ଲିକ ଅବକାରୀ ବିଭାଗର ଉପ ନିରୀକ୍ଷକ ଧରଣୀଧର ପ୍ରହରାଜ, ବଇଣ୍ଡା ଅବକାରୀ ଅଧିକାରୀ ରଞ୍ଜିତା ହରିଚନ୍ଦନଙ୍କ ସମେତ ଅନ୍ୟ କର୍ମଚାରୀ ଚଢ଼ଉ କରିଥିଲେ।

Share

Leave a Reply