ସାତକୋଶିଆ ମହୋତ୍ସବରେ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନ ମୋହିଲା

You are currently viewing ସାତକୋଶିଆ ମହୋତ୍ସବରେ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନ ମୋହିଲା

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଆୟୋଜିତ ୧୧ଶ ସାତକୋଶିଆ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ରାଜ୍ୟ ବିଧାନ ସଭାର ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ। ଶ୍ରୀ ସିଂହ ନିଜ ଅଭିଭାଷଣରେ ନୃତ୍ୟ ନିଳୟ ସାତକୋଶିଆ ମହୋତ୍ସବ ମାଧ୍ୟମରେ ଓଡ଼ିଶୀ ନୃତ୍ୟର ଯେଭଳି ପ୍ରଚାର ପ୍ରସାର କରୁଛି ତାହାର ଉଚ୍ଚ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ ସ୍ଵୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ଓଡ଼ିଶୀ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ ଆମ ଅସ୍ମିତାର ପରିଚୟ ବୋଲି ପ୍ରକାଶ କରିଥିଲେ। ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ନୃତ୍ୟନୀଳୟର ସମ୍ପାଦିକା ସ୍ବପ୍ନାରାଣୀ ସିହ୍ନା,ଗୁରୁ ଅନିତା ସିଂହ ଦେଓ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ଉପଦେଷ୍ଟା ହେମନ୍ତ କୁମାର ଦାଶ ସାତକୋଶିଆ ମହୋତ୍ସବର ସଫଳ ରୂପାୟନ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଅଭିଭାବକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସମାରୋହରେ ଭୁବନେଶ୍ୱର ସୁରଭି ଅନୁଷ୍ଠାନର ଓଡ଼ିଶୀ ନୃତ୍ୟାଙ୍ଗନା ଦିବ୍ୟାଶ୍ରୀ ପଣ୍ଡାଙ୍କୁ ସାତକୋଶିଆ ସମ୍ମାନ ପ୍ରଦାନ କରିବା ସହ ପ୍ରଜ୍ଞା ନୃତ୍ୟାୟନ୍ ଅନୁଷ୍ଠାନର ସ୍ଵାତୀଲିପ୍ସା ଦାସ ଓ ସ୍ଵାତୀପ୍ରଜ୍ଞା ଜେନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଦିବ୍ୟାଶ୍ରୀ ପଣ୍ଡା,ସ୍ଵାତୀଲିପ୍ସା ଦାସ ଓ ସ୍ଵାତୀପ୍ରଜ୍ଞା ଜେନାଙ୍କ ଦ୍ଵାରା ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ଏବଂ ନୃତ୍ୟ ନିଳୟ ପକ୍ଷରୁ ଓଡ଼ିଶୀ ନୃତ୍ୟ ନାଟିକା ପ୍ରଦର୍ଶିତ ହୋଇଥିଲା। ଅଖିଳ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Share

Leave a Reply