ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପରଙ୍ଗ ଗାଁରେ ଗୋଟେ ବାଛୁରି ଚୋରିକରି ମାଂସ ଖାଇବା ଅଭିଯୋଗରେ ପୋଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫ କରିଛି।
ସୂଚନା ଯେ, ପରଙ୍ଗ ଗାଁର ଅଭିନାଶ ନାଏକଙ୍କ ଏକ ବାଛୁରିକୁ ଭୋର ସମୟରେ ଗାଁର ଶରତ ଗୋଚ୍ଛାୟତ(୪୨), ରିମା ଗୋଚ୍ଛାୟତ (୪୫) ଓ କିଶାନ ଗୋଚ୍ଛାୟତ(୪୫) ଚୋରିକରି ନେଇଥିଲେ। ତାକୁ କାଟି ମାଂସ କାଟି ରେଷେଇ କରିଥିଲେ। ଏ ନେଇ ଅଭିନାଶ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ଏକ ମାମଲା ରୁଜୁକରି ଶରତ, ରିମା ଓ କିଶାନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ରନ୍ଧା ମାଂସ, ୨ଟି ଛୁରୀ, ବାଛୁରିର ଚମଡ଼ା ଓ ପୁଟାକୁ ଜବତ କରିଛି ପୋଲିସ।