ଅନୁଗୁଳ: ଅନୁଗୁଳ ଦଶମ ମହୋତ୍ସବର ତୃତୀୟ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ରାଜ୍ୟ ଜଙ୍ଗଲ ପରିବେଶ ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ଶ୍ରୀ ଅମାତ ନିଜ ଅଭିଭାଷଣ ରେ ଅନୁଗୁଳ ଜିଲ୍ଲା ଏବେ ଶିଳ୍ପ ସମୃଦ୍ଧ ହେବା ସହ କଳା ସଂସ୍କୃତି,ପରମ୍ପରା ଅନୁସାରେ ଅନ୍ୟ ଜିଲ୍ଲା ତୁଳନାରେ ଢେର ଆଗରେ ଅଛିବୋଲି କହିଥିଲେ। ଅନୁଗୁଳକୁ ସବୁଜ ସୁନ୍ଦର ରଖିବାରେ ଜିଲ୍ଲା ପ୍ରଶାସନର ଭୂମିକା ବେଶ ପ୍ରସଂଶନୀୟ ବୋଲି କହିତବିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହରେ ରାଜ୍ୟ ବିଜ୍ଞାନ ପରିବେଶ ଓ ସୂଚନା ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ,ବିଧାୟକ
ସୁଶାନ୍ତ କୁମାର ବେହେରା,ରମେଶ ସାଏ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଲକୋ ନିର୍ବାହୀ ନିର୍ଦେଶକ ଭୀମସେନ ପ୍ରଧାନ,ଟିଟିପିଏସ ମୁଖ୍ୟ ଗୌତମ ଦେବ,ନିର୍ବାହୀ ନିର୍ଦେଶକ ପୁଣିତ ଗୁପ୍ତା,ଟାଟା ଷ୍ଟିଲର ସିଏଫଓ ସଂଜୀବ ପୋଦ୍ଦାର ଓ ଆର୍ଯ୍ୟନ ଏନଅର୍ଜିର ବିଜୟ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲ। ଏହାପରେ ଅନୁଗୁଳର କେତେଜଣଙ୍କୁ ଅନୁଗୁଳ ଗୌରବ ସମ୍ମାନ ଦିଆଯାଇଥିଲା।ସମାରୋହ ପୂର୍ବରୁ ପାଲଲହଡ଼ା ବ୍ଲକ ପକ୍ଷରୁପାଇକ ଅଖାଡା ଓ ଡାଲଖାଇ ନୃତ୍ୟ ପରିବେସଣ କରାଯାଇଥିଲା। ଶେଷରେ ୟୁଟ୍ୟୁବର ରାଜ୍ ବର୍ମାନ,ଗୌତମ ଗିରି ଓ ରାପର ରୋହିତ ଚୌଧୁରୀ ନିଜ ଅନନ୍ୟ ସଂଗୀତରେ ଦର୍ଶକଙ୍କୁ ବାନ୍ଧିରଖିଥିଲେ।ହଜାର ହଜାର ଦର୍ଶକ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
1
f600b249-5c54-442c-a949-d6bc81000fab
Prev Post
Next Post