ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ା ଛକ ନିକଟରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ବିପୁଳ ପରିମାଣର ବିୟର ଜବତ କରାଯାଇଛି। ଅବକାରୀ ବିଭାଗର ମୋବାଇଲ ଓ ସଦର ରେଞ୍ଜ ପକ୍ଷରୁ ବୁଧବାର ଏହି ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ବିଭାଗ ଏକ ମିନିଟ୍ରକ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।
ରିପୋର୍ଟ ମୁତାବକ, ବୁଧବାର ଏକ ମିନି ଟ୍ରକରେ ୩୭୫ କେସ୍ ବା ୪୫୦୦ ବୋତଲ ବିୟର ବିନା ପରମିଟରେ କାଣ୍ଡସର ଅଞ୍ଚଳକୁ ବିକ୍ରି ପାଇଁ ଯାଉଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା। ଖବର ପାଇ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ବେଳେ ମିନି ଟ୍ରକ ସହ ବିୟର ଜବତ କରାଯିବା ସହ ଜଣଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ। ଗିରଫ ଜଣକ ହେଲେ ଚାଳକ ରବୀନ୍ଦ୍ର ଜେନା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଅଛି।