ଜିଲ୍ଲା ଆଇନସେବା ପ୍ରାଧିକରଣରୁ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୧୮୨ ଟି ପ୍ରାକ ମକଦ୍ଦମା ଜନିତ ମାମଲାର ଫଇସଲା କରାଯାଇ ୩୯ ଲକ୍ଷ ୧୪ ହଜାର ୩୨୫ ଟଙ୍କାର ସମାଧାନ କରାଯାଇଥିଲା। ସେହିପରି ୦୩ ଟି ବିଚାରାଧୀନ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୨୫ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କୋଟି ୭୨ ଲକ୍ଷ ୩୫ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା। ସେହିଭଳି ୨ ଟି ଚେକ ବାଉନ୍ସ ମାମଲାର ବିଚାର କରାଯାଇ ୩୪ ଲକ୍ଷ ୫୮ ହଜାର ୨୧୦ ଟଙ୍କାରେ ସମାଧାନ କରାଯାଇଥିଲା। ୨୯ ଟି ଦେୱାନୀ ମାମଲାର ସମାଧାନ କରାଯାଇଥିଲା। ୧୦ ଟି ବିଚାରାଧୀନ ବ୍ୟାଙ୍କ ସମ୍ପର୍କିତ ମାମଲା, ୦୩ଟି ପାରିବାରିକ ମାମଲା (ଛାଡ଼ପତ୍ର ବ୍ୟତୀତ), ୫୦୨ ଟି ଫୌଜଦାରୀ ଓ ୦୧ ଟି ଭୂମି ଅଧିଗ୍ରହଣ ସମ୍ପର୍କିତ ମାମଲାର ସମାଧାନ କରାଯାଇଥିଲା। ଏତଦବ୍ୟତୀତ ୧୬୯୮ ଟି ରାଜସ୍ୱ ମାମଲା ଫଇସଲା କରାଯାଇଥିଲା। ଏହି ରାଷ୍ଟ୍ରୀୟ ଲୋକବଅଦାଲତରେ ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳରେ ଥିବା ଅଦାଲତ, ବିଭିନ୍ନ ତହସିଲ, ବ୍ୟାଙ୍କ ଓ ବି.ଏସ.ଏନ.ଏଲ ଅଂଶ ଗ୍ରହଣ କରିଥିଲେ।

ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।
ଏହି ଲୋକ ଅଦାଲତରେ ଅନୁଗୁଳ ଅଦାଲତର ବିଚାରପତି, ସରକାରୀ ଓକିଲ, ଅନୁଗୁଳ କୋର୍ଟର ଆଇନଜୀବୀ, କୋର୍ଟ, ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଏହି ଲୋକ ଅଦାଲତଟିକୁ ସଚିବ ଜିଲ୍ଲା ଆଇନସେବା ପ୍ରାଧିକରଣ ପରିଚାଳନା କରିଥିଲେ।

Leave A Reply

Your email address will not be published.

error: Content is protected !!