ଚତୁର୍ଥ ଅନୁଗୁଳ ସ୍ୱଦେଶୀ ମେଳା ଉଦଘାଟିତ, ସ୍ବଦେଶୀ ଜିନିଷକୁ ଆପଣାଇବାକୁ ପରାମର୍ଶ

You are currently viewing ଚତୁର୍ଥ ଅନୁଗୁଳ ସ୍ୱଦେଶୀ ମେଳା ଉଦଘାଟିତ, ସ୍ବଦେଶୀ ଜିନିଷକୁ ଆପଣାଇବାକୁ ପରାମର୍ଶ

ଅନୁଗୁଳ : ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ସନ୍ଧ୍ୟାରେ ୪ର୍ଥ ଅନୁଗୁଳ ସ୍ବଦେଶୀ ମେଳା ଉଦଘାଟିତ ହୋଇଛି। ସହ ସଂଯୋଜକ ପର୍ଶୁରାମ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ “ବସୁଧା”ର ଉପଦେଷ୍ଟା ଦିନେଶ ପ୍ରଧାନ ଯୋଗଦେଇଥିଲେ। ଦିନେଶ କହିଥିଲେ ଯେ ସ୍ବଦେଶୀ ଆନ୍ଦୋଳନ ଓ ସ୍ବଦେଶୀ ମେଳାର ଅନେକ ସାମଞ୍ଜସ୍ୟ ରହିଛି। ଉଭୟ ଜାତୀୟତା ଭାବନା ସୃଷ୍ଟି କରିଥାଏ। ତେଣୁ ସ୍ବଦେଶୀ ଜିନିଷକୁ ଆପଣାଇ ବିଦେଶୀକୁ ତ୍ୟାଗ କରିବା ଆବଶ୍ୟକ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ଅନୁଗୁଳ ବାର ଆସୋସିଏସନ ସଭାପତି ଦିଲ୍ଲୀପ କୁମାର ସାହୁ ଯୋଗଦେଇ କହିଥିଲେ ଯେ ଆଧୁନିକ ଯୁଗରେ ଯେଉଁ ବିଦେଶୀ ଜିନିଷ ବ୍ୟବହାର କରାଯାଉଛି ତାହା ରୋଗର କାରଣ ହୋଇଛି। ତେଣୁ ଦେଶୀ ଜିନିଷର ବ୍ୟବହାର କରିବା ସହ ଗାଁ ଗହଳି ଜିନିଷକୁ ପ୍ରାଧାନ୍ୟ ଦେବାକୁ କହିଥିଲେ।

ଏହି ସ୍ବଦେଶୀ ମେଳାରେ ଭାରତୀୟ ସାମଗ୍ରୀର ପ୍ରଚାର ପ୍ରସାର ହେବା ସହିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ମିଳିବ।ମେଳାରେ ଘର କରଣା ଜିନିଷ, ଖାଦ୍ୟ ସାମଗ୍ରୀ, ବୈଦ୍ୟୁତିକ ସାମଗ୍ରୀ ବିକ୍ରି ହେଉଛି। ମେଳାରେ ୧୦୦ ରୁ ଊର୍ଦ୍ଧ୍ବ ଷ୍ଟଲ ପଡ଼ିଛି।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବଣିଜ ସଂଘର ସମ୍ପାଦକ ନୀଳାଞ୍ଚଳ ପ୍ରଧାନ, ଭାରତୀୟ ବିପଳନ ବିକାଶ କେନ୍ଦ୍ରର ରାଜ୍ୟ ସଂଯୋଜକ ମନୋଜ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply