ଅନୁଗୁଳ: ଅନୁଗୁଳ ବ୍ଲକ ବାଳୁଅକଟା ପଞ୍ଚାୟତ କରଡାବଣି ସାହିରେ ସୋମବାର ଖୁବ ଧୁମଧାମରେ ପାଳିତ ହୋଇଛି ବୈଶାଖ ପୂର୍ଣ୍ଣିମା। ସୋମବାର ସକାଳୁ ରାଧାକୃଷ୍ଣଙ୍କୁ ପୂଜା କରାଯାଇ ସାହିର ମଧ୍ୟ ଭାଗରେ ବିଧି ମୁତାବକ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ପରେ ପ୍ରସାଦ ସେବନର କାର୍ଯ୍ୟକ୍ରମ ଥିଲା। ସନ୍ଧ୍ୟାରେ ଶାବଳ ଭଙ୍ଗା ଗ୍ରାମର ଲଉଡି ଖେଳ, ଘଣ୍ଟବାଦ୍ୟ, ଓଡ଼ିଶୀ ନାମ କୀର୍ତ୍ତନ ମାଧ୍ୟମରେ ଏକ ପଟୁଆର ବାହାରି ରାଧାକୃଷ୍ଣଙ୍କୁ ସାହି ପରିକ୍ରମା କରାଇଥିଲେ। ରାତିରେ ପୁରୀ ଜିଲ୍ଲାର ମା’ ବୁଢୀ ନାଟ୍ୟ ସଂସଦ ଦ୍ଵାରା ରାମାୟଣର ଲଙ୍କାପୋଡ଼ିର ଏକ ବିଷୟ କଳାକାର ପ୍ରଦର୍ଶିତ କରିଥିଲେ। ଆଖପାଖ ଅଞ୍ଚଳ ଲୋକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭୂ କୃପା ଲାଭ କରିଥିଲେ।
୫୦ତମ ବୈଶାଖ ପୂର୍ଣ୍ଣିମା ପାଳିତ: ଲଉଡ଼ି ଖେଳ, ଘଣ୍ଟବାଦ୍ୟ, ନାମ କୀର୍ତ୍ତନରେ ଝୁମିଲେ ସ୍ଥାନୀୟବାସୀ
- Post published:May 13, 2025
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Angul TV Bureau

Tags: Angul