ଅନୁଗୁଳ: ମୁମ୍ବାଇକୁ ଚାଲାଣ ହେଉଥିବା ଅଧା କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି। ଉଭୟଙ୍କ ଘର ମହାରାଷ୍ଟ୍ରରେ।
ସୂଚନା ଅନୁସାରେ, ଅନୁଗୁଳ ରେଳ ଷ୍ଟେସନରେ ୨ ଜଣ ସନ୍ଦିଗ୍ଧ ଲୋକଙ୍କୁ ଦେଖିବା ପରେ ଆର୍ପିଏଫ୍ ପକ୍ଷରୁ ସେମାନଙ୍କୁ ଯାଞ୍ଚ କରାଯାଇଥିଲା। ସେମାନଙ୍କ ପାଖରେ ଗଞ୍ଜେଇ ରହିଥିବା ଜଣାପଡ଼ିବା ପରେ ଅନୁଗୁଳ ଅବକାରୀ ବିଭାଗକୁ ଖବର ଦେଇଥିଲେ କର୍ମଚାରୀ। ପରେ ଅବକାରୀ ବିଭାଗ ଅଧିକାରୀ ପହଞ୍ଚି ୫୪ କେଜି ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛନ୍ତି। ଜବତ ଗଞ୍ଜେଇର ବଜାର ଦର ସାଢ଼େ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ମହାରାଷ୍ଟ୍ର ଥାନେ ଅଞ୍ଚଳର ବବୁଲୁ କୁମାର ନିସାଦ(୩୨) ଓ ରମେଶ କୁମାର(୩୩)। ସେମାନେ ଅନୁଗୁଳରୁ ମୁମ୍ବାଇକୁ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଛି।


