5Tରେ ଅନ୍ତର୍ଭୁକ୍ତ ହେଲା ଆମ ହସ୍ପିଟାଲ କାର୍ଯ୍ୟକ୍ରମ

0

ଅନୁଗୁଳ: ଵିଦ୍ୟାଳୟ ଗୁଡିକ 5Tରେ ଅନ୍ତର୍ଭୁକ୍ତ ହୋଇ ସ୍ମାର୍ଟ ସ୍କୁଲରେ ରୂପାନ୍ତରଣ ହେବା ପରେ ଏବେ ରାଜ୍ୟ ସରକାର ବଛା ବଛା ସିଏଚସି, ସବ୍ଡିଭିଜନାଲ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଛନ୍ତି। ଗତ ଚାରି ତାରିଖରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି। ଚଳିତ ଜାନୁଆରୀରୁ ଅକ୍ଟୋବର ୨୦୨୩ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ  କରାଯିବ। ଏହି କାର୍ଯ୍ୟକ୍ରମରେ ଭିତ୍ତିଭୂମି ନିର୍ମାଣ,ସୋଲାର ଲାଇଟିଂ, ରିୟାମ୍ପ, ବର୍ଷା ଜଳ ଅମଳ ପ୍ରକଳ୍ପ, ପରିମଳ ବ୍ୟବସ୍ଥା ର ଉନ୍ନତି କରଣ,ଗରମ ଓ ଥଣ୍ଡା ପାଣି ର ବ୍ୟବସ୍ଥା,ହେଳ୍ପ ଡେସ୍କ ବ୍ୟବସ୍ଥା ଆଦି କରାଯିବ। ଏହାଦ୍ୱାରା ସ୍ୱାସ୍ଥ୍ୟ ସେବାରେ ଅଧିକ ଉନ୍ନତି ଆସିପାରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.

error: Content is protected !!