ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ବୁଲିଲେ ଅନୁଗୁଳ ଗସ୍ତରେ ଥିବା ୫ଟି ସଚିବ: ଭିଡିଓ କଲିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ‘ମୋ ହସ୍ପିଟାଲ’ ଯୋଜନାରେ ସାମିଲ କରିବାକୁ ଦେଲେ ପ୍ରତିଶ୍ରୁତି

0

ଅନୁଗୁଳ: ଦୁଇ ଦିନିଆ ଗସ୍ତରେ ଆସି ଅନୁଗୁଳରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନ। ଆଜି ପ୍ରଥମ ଦିନରେ ସେ ତାଳଚେର, ଛେଣ୍ଡିପଦା ଏବଂ ଅନୁଗୁଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ୫ଟି ସଚିବ ଭି.କେ.ପାଣ୍ଡିଆନ ଆଜି ସକାଳ ପ୍ରାୟ ୧୦ଟା ସମୟରେ ତାଳଚେର ମା ହିଙ୍ଗୁଳା ମନ୍ଦିର ଠାରେ ପହଞ୍ଚି ପୂଜା କରିଥିଲେ। ଏହାପରେ ମନ୍ଦିରର ନକ୍ସା ଦେଖିବା ସହ ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ସେଠାରେ ସେ ୩ଟି ପର୍ଯ୍ୟାୟରେ ମନ୍ଦିରର ଉନ୍ନତି କାରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଗଞ୍ଜାମର ତାରାତାରିଣୀ ମନ୍ଦିରକୁ ଯେଭଳି ମୁଖ୍ୟମନ୍ତ୍ରୀ ସୁନ୍ଦର କରିଛନ୍ତି ତାଠାରୁ ଆହୁରି ଅଧିକ ସୁନ୍ଦର ହିଙ୍ଗୁଳା ମନ୍ଦିର କରାଯିବ ବୋଲି ସେ କହିଥିଲେ।

ଏହାପରେ ସେ ତାଳଚେର କଲେଜ ପଡ଼ିଆରେ ଛାତ୍ରଛାତ୍ରୀ ଓ ମହିଳା ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା କରିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଆସନ୍ତା ୭ଦିନ ମଧ୍ୟରେ ସମସ୍ତଙ୍କର ଅଭିଯୋଗ ସମାଧାନ କରିବାକୁ ୫ଟି ସଚିବ ପ୍ରତିଶ୍ରୁତି ଦେଇଥିଲେ।

ସେଠାରୁ ସେ ଛେଣ୍ଡିପଦା ଯାଇ ପାତ୍ରପଡା ଠାରେ ଥିବା ବାୟାଣୀ ପୀଠ ପରିଦର୍ଶନ କରିଥିଲେ। ବାୟାଣୀ ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ଖୁବ କମ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି ଲୋକଙ୍କୁ କହିଥିଲେ। ସେଠାରୁ ଯାଇ ଛେଣ୍ଡିପଦା ଠାରେ ଏକ ସାଧାରଣ ସଭା କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ଯାହା ସବୁ ଯୋଜନା କରିଛନ୍ତି ସେନେଇ ମହିଳା ମାନଙ୍କୁ କହିବା ସହ ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ।

ତେବେ ଦୀର୍ଘ ଦିନ ହେଲା ଛେଣ୍ଡିପଦା ସ୍ୱାସ୍ଥ୍ୟ କେନ୍ଦ୍ରକୁ ‘ମୋ ହସ୍ପିଟାଲ’ ଯୋଜନାରେ ସାମିଲ କରିବା ପାଇଁ ଦାବି ହୋଇ ଆସୁଥିଲା। ଏଥିପାଇଁ ବହୁ ଆନ୍ଦୋଳନ ହୋଇଛି। ଭି.କେ.ପାଣ୍ଡିଆନ ସେଠାରେ ଏହି ଦାବି ଶୁଣିବା ମାତ୍ରେ ଭିଡିଓ କଲିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କୁ କହିଥିଲେ ଯେ ଖୁବ କମ ଦିନରେ ସେହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୋ ହସ୍ପିଟାଲ ଯୋଜନାରେ ସାମିଲ କରାଯିବ। ଏହାପରେ ଲୋକେ ଖୁସି ହୋଇ ଯାଇଥିଲେ। ଏଥିପାଇଁ ଲୋକେ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇ ଥିଲେ।

ଅପରାହ୍ନରେ ସଚିବ ବନ୍ତଳା ଠାରେ ଅନୁଷ୍ଠିତ ଏକ ମହିଳା ସମାବେଶରେ ଯୋଗ ଦେଇ ଥିଲେ। ସେମାନଙ୍କ ସହ ସିଧା ସଳଖ କଥା ହୋଇଥିଲେ। ମହିଳାଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଯାହା ସବୁ ଯୋଜନା କରିଛନ୍ତି ସେସବୁ ଜଣାଇଥିଲେ। ଅନୁଗୁଳରେ ସେ କଲେଜ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ। ଏହାପରେ ସେ ଅନୁଗୁଳ ଡାକ୍ତରଖାନା ଯାଇ ସୁବିଧା ଅସୁବିଧା ଦେଖିଥିଲେ। ତୁରନ୍ତ ସମସ୍ତ ଅସୁବିଧା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.

error: Content is protected !!