ବରିଷ୍ଠ ଆଇନଜୀବୀଙ୍କୁ ୫ମ କପିଳାସ ସମ୍ମାନ

You are currently viewing ବରିଷ୍ଠ ଆଇନଜୀବୀଙ୍କୁ ୫ମ କପିଳାସ ସମ୍ମାନ

ଅନୁଗୁଳ: ଗୋପବନ୍ଧୁ ଟାଉନ ହଲ ଢେ଼ଙ୍କାନାଳ ଠାରେ ଗତ ୨୬ ତାରିଖ ସନ୍ଧ୍ୟାରେ ଆୟୋଜିତ ମାଇକ୍ରୋମିଡ଼ିଆର ବାର୍ଷିକ ଉତ୍ସବ ଅବସରରେ ଅନୁଗୁଳର ବରିଷ୍ଠ ଆଇନଜୀବି ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା।

ଆଇନ ସେବାରେ ବୃତ୍ତିଗତ ଦକ୍ଷତା ଏବଂ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସଂସ୍ଥା ପକ୍ଷରୁ ଉତ୍ତରୀୟ ଓ ସ୍ମୃତି ଫଳକ ପ୍ରଦାନ କରାଯାଇ ପଞ୍ଚମ କପିଳାସ ସମ୍ମାନ ଦିଆ ଯାଇଥିଲା। ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ଏହି ସମ୍ମାନ ପ୍ରଦାନ କରିଥିଲେ। ମାଇକ୍ରୋମିଡିଆ ପକ୍ଷରୁ ସଭାପତି ଅକ୍ଷୟ ସାହୁ ଓ ଅନ୍ୟ କର୍ମକର୍ତ୍ତା ସମାରୋହରେ ଉପସ୍ଥିତ ଥିଲେ ।

Share

Leave a Reply