ଅନୁଗୁଳ: ପୂର୍ବ ଶତୃତାକୁ କେନ୍ଦ୍ର କରି ସଦର ଥାନା ଇଲାକା ନୂଆପଡ଼ା ଗ୍ରାମରେ ଶୁକ୍ରବାର ରାତିରେ ତୁମଳକାଣ୍ଡ ଘଟିଛି । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଯୋଗୁ ଏକାଧିକ ଲୋକ ଆହତ ହୋଇଛନ୍ତି । ଏହି ଘଟଣାରେ ଉଭୟ ପକ୍ଷରୁ ଥାନାରେ ଏତଲା ହୋଇଥିବା ବେଳେ ପୁଲିସ୍ ଦୁଇ ଗୋଷ୍ଠୀର ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ହେମନ୍ତ ପ୍ରଧାନ, ଲିଟୁନ୍ ପ୍ରଧାନ, ମନୋରଞ୍ଜନ ପ୍ରଧାନ, ସଞ୍ଜୟ କୁମାର ସାହୁ, ସୁଶୀଲ ସାହୁ, ସଂଗ୍ରାମ ସାହୁ । ସମସ୍ତଙ୍କ ଘର ନୂଆପଡ଼ା ଗ୍ରାମରେ । ପୁଲିସ୍ ସୂଚନା ମୁତାବକ, ନୂଆପଡ଼ା ଗ୍ରାମର ସଞ୍ଜୟ ସାହୁଙ୍କୁ ଜମିଜମା ବିବାଦକୁ ନେଇ ଗ୍ରାମବାସୀ ବିରୋଧ କରୁଥିଲେ। ଏହି ଘଟଣାରେ ତାଙ୍କ ପରିବାରକୁ ଗତ ୬ ମାସ ହେଲା ବାସନ୍ଦ କରିଥିଲେ । ତାଙ୍କୁ ନିଆଁ, ପାଣି ବନ୍ଦ କରିବା ସହ ତାଙ୍କ ପରିବାର ଲୋକଙ୍କ ସହ କେହି କଥା ନହେବାକୁ ଗ୍ରାମବାସୀ ବାରଣ କରିଥିଲେ। ମାତ୍ର ଗତକାଲି ଗ୍ରାମର ଜଣେ ଯୁବକ ସଞ୍ଜୟଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଏହାକୁ ନେଇ ସନ୍ଧ୍ୟାରେ ଗ୍ରାମରେ ବୈଠକ ବସିଥିଲା । ବୈଠକରେ ବିବାଦ ସୃଷ୍ଟି ହେବା ସହ ସଞ୍ଜୟଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷରୁ ଥାନାରେ ପୃଥକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ, ୬ ଗିରଫ
- Post published:May 31, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
