୬୨ ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଦିବସ

You are currently viewing ୬୨ ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଦିବସ

ଅନୁଗୁଳ: ଆଜି ସ୍ଥାନୀୟ ଗୃହରକ୍ଷୀ ପ୍ୟାରେଡ ଗ୍ରାଉଣ୍ଡରେ ୬୨ ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷାବାହିନୀ ଦିବସ ପାଳିତ ହୋଇଯାଇଛି।

ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୃହରକ୍ଷୀଙ୍କ ମାର୍ଚ୍ଚ ପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ। ଶାନ୍ତି ତଥା ନାଗରିକ ସୁରକ୍ଷା କ୍ଷେତ୍ରରେ ଗୃହରକ୍ଷୀଙ୍କ ଭୂମିକା ବିଶେଷ କରି ନିର୍ବାଚନ,ବନ୍ୟା ବାତ୍ୟା,ମେଳା ମହୋତ୍ସବ,ଟ୍ରାଫିକ ନିୟନ୍ତ୍ରଣ ଆଦି କ୍ଷେତ୍ରରେ ସେମାନଙ୍କ ଭୂମିକା ଅତୀବ ପ୍ରଶଂସନୀୟ ବୋଲି ଆଇଜି ଶ୍ରୀ ଭୋଇ ପ୍ରକାଶ କରିଥିଲେ। ଶ୍ରୀ ଭୋଇ ଏଥିସହିତ
ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ରାଜ୍ୟପାଳ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରିଥିଲେ।

୫୧ ଜଣ ଗୃହରକ୍ଷୀ ସମାରୋହରେ ଅଂଶ ଗ୍ରହଣ କରିଥିଲେ। ସମାରୋହରେ ସମ୍ମାନିତ ଅତିଥି ଭାବେ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ୍ ଏବଂ ହୋମ ଗାର୍ଡ ବିଭାଗର ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Share

Leave a Reply