ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଳିଆପଡା ରିଜର୍ଭ ପୁଲିସ୍ ପଡିଆ ଠାରେ ଗୁରୁବାର ୬୨ ତମ ପୁଲିସ୍ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଡଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦେଶର ଶହୀଦ ହୋଇଥିବା ଆରକ୍ଷୀ ମାନଙ୍କୁ ଶୋକ ସଲାମୀ ପ୍ରଦାନ କରିଥିଲେ। ଶ୍ରୀ ଷଡଙ୍ଗୀ ନିଜ ବକ୍ତବ୍ୟ ରେ ଦେଶର ଯେଉଁ ବୀର ଆରକ୍ଷୀ ମାନେ ଦେଶର ଅଖଣ୍ଡତା, ଶାନ୍ତି ଶୃଙ୍ଖଳା ଏବଂ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ନିଜ କର୍ତ୍ତବ୍ୟକୁ ସୁଚାରୁ ରୁପେ ସମ୍ପାଦନ କରିଥିଲେ ସେମାନଙ୍କୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ପ୍ରଦାନ କରି ସମସ୍ତ ଶହୀଦ ଜବାନଙ୍କ ତ୍ୟାଗ ସ୍ମରଣୀୟ ବୋଲି ପ୍ରକାଶ କରିଥିଲେ। ସମାରୋହରେ ସମ୍ମାନିତ ଅତିଥି ରୂପେ ଅନୁଗୁଳ ଏସପି ଜଗମୋହନ ମୀନା ଦେଶର ସମସ୍ତ ଶହୀଦ ଆରକ୍ଷୀଙ୍କ ନାମ ପାଠ କରିଥିଲେ। ଯୁଦ୍ଧ ଓ ଶାନ୍ତି ତଥା କରୋନା କାଳରେ ଆରକ୍ଷୀ ମାନେ ନିଜ କର୍ତ୍ତବ୍ୟକୁ କିଭଳି ଦାୟିତ୍ୱର ସହ ସମ୍ପାଦନ କରିଛନ୍ତି ତାହା ବର୍ଣନା କରିଥିଲେ। ରିଜର୍ଭ ପୁଲିସ୍ ଇନିସପେକ୍ଟର ଏବଂ ଅନ୍ୟ ପଦାଧିକାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
୬୨ତମ ପୁଲିସ୍ ଶହୀଦ ସ୍ମୃତି ଦିବସ
- Post published:October 21, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul