ଏନ୍ଓସି ନାଁ ରେ ୭ ଲକ୍ଷ ହୋଲ୍ଡିଂ ଟିକସ ଆଦାୟ

You are currently viewing ଏନ୍ଓସି ନାଁ ରେ ୭ ଲକ୍ଷ ହୋଲ୍ଡିଂ ଟିକସ ଆଦାୟ

ଅନୁଗୁଳ: ଏବେ ପୌର ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। କାଉନସିଲର ଓ ନଗରପାଳ ପଦରେ ବସିବା ପାଇଁ ନେତାଙ୍କ କସରତ ଦେଖି ସାଧାରଣଲୋକଙ୍କ ମୁଣ୍ଡ ଚକ୍କର କାଟିଲାଣି। କିଏ କେଉଁ ଉଦ୍ଦେଶ୍ୟରେ ଗାଦି
ଚାହୁଁଚି ତାହା ବୁଝିବା ବଡ଼ ମୁସ୍କିଲ। କିଏ ଦଳ ଉପରେ ଅଭିମାନ କରି ଠିଆ ହଉଚି ତ କିଏ ଗାନ୍ଧୀ ମୁଣ୍ଡ କାଳେ ମିଳିବ ବୋଲି ମଇଦାନକୁ ଓହ୍ଲାଇଛନ୍ତି। ତେବେ ପ୍ରାର୍ଥୀପତ୍ରଦାଖଲ ପୂର୍ବରୁ ମ୍ୟୁନିସପାଲିଟି ପକ୍ଷରୁ ଏନଓସି ଆଣିବାକୁ ପଡ଼ିବ। ଯେଉଁ ବାସିନ୍ଦା ହୋଲ୍ଡିଂ ଟିକସ ବଢ଼ିଯାଇଛି ଅଭିଯୋଗ କରି ଗତ ପାଞ୍ଚ ବର୍ଷ ଧରି ଟିକସ ଦେଉନଥିଲେ ଅବା କୋର୍ଟର ଦ୍ବାରସ୍ଥ ହୋଇଥିଲେ।ସେମାନେ ଏବେ ଟିକସ ଦେବାକୁ ବାଧ୍ୟ ହୋଇଛନ୍ତି।ଏକ ରିପୋର୍ଟ ଅନୁସାରେ ଅନୁଗୁଳ ଓ ତାଳଚେର ମ୍ୟୁନିସପାଲିଟି ଗତ ଏକ ସପ୍ତାହ ମଧ୍ୟରେ ପ୍ରାର୍ଥୀଙ୍କ ଠୁଁ ପ୍ରାୟ ସାତ ଲକ୍ଷ ଟଙ୍କା ଆଦାୟ କରିଛି। ଏପରିକି ଜଣେ ଜଣେ ପ୍ରାର୍ଥୀ ବକେୟା ଟିକସ ବାବଦକୁ ଷାଠିଏ ରୁ ସତୁରୀ ହଜାର ଟଙ୍କା ଦେଇଛନ୍ତି।ଟିକସ ବିଭାଗ କର୍ମଚାରୀଙ୍କ ବିନା ପରିଶ୍ରମରେ ଏତେ ପରିମାଣର ଟିକସ ଆଦାୟ ହେବା କର୍ମଚାରୀ ମହଲରେ ଚର୍ଚ୍ଚା ହେଉଛି।

Share

Leave a Reply