ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ଓଲଟିଲା ବୋଲେରୋ, ୭ ଆହତ

You are currently viewing ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ଓଲଟିଲା ବୋଲେରୋ, ୭ ଆହତ

କିଶୋରନଗର: ଭାରସାମ୍ୟ ହରାଇ ରାଇବାହାଳ ବ୍ରିଜ୍ ଉପରୁ ଆଜି ଏକ ବୋଲେରୋ ଓଲଟି ପଡିଛି।

ସୂଚନା ମୁତାବକ, ବଇଣ୍ଡାର ସୋଲଣ୍ଡାରୁ ୭ ଜଣ ବର ଯାତ୍ରୀଙ୍କୁ ନେଇ ରଣିଆକଟା ଯାଉଥିବା ଏକ ବୋଲେରୋ (ଓଡି୦୨ସିଜେ୨୦୫୨) ଭାରସାମ୍ୟ ହରାଇ ରାଇବାହାଳ ବ୍ରିଜ୍ ଉପରୁ ତଳକୁ ଖସି ପଡିଥିଲା। ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଚିକିତ୍ସା ପାଇଁ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରକୁ ପଠାଯାଇଛି। ଦୁର୍ଘଟଣାଗ୍ରସ୍ତଙ୍କ ମଧ୍ୟରେ ସୋଲଣ୍ଡାର ଗାଡି ଚାଳକ ସତ୍ଯ ନାରାୟଣ ସାହୁ(୩୦) ଓ ରାକେଶ ସାହୁ(୩୦)ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Share

Leave a Reply