ଅନୁଗୁଳ: ଅନୁଗୁଳ ଜିଲ୍ଲା ଟାଉନ ଥାନା ଅଞ୍ଚଳରେ ଘରେ ଭଡ଼ାରେ ରହୁଥିବା ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହୋଇଛନ୍ତି ଘର ମାଲିକ। ସୂଚନା ଯେ, ସୁବାଷ ସାହୁ(୫୨)ଙ୍କ ଘରେ ଭଡ଼ାରେ ଏକ ପରିବାର ରହୁଥିଲେ। ପରିବାର ସଦସ୍ୟମାନେ କୌଣସି କାମରେ ବାହାରକୁ ଯାଇଥିଲାବେଳେ ସୋମବାର କେବଳ ତାଙ୍କର ୭ ବର୍ଷର ଝିଅ ଘରେ ଥିଲେ। ଏହି ସମୟରେ କୌଣସି ବାହାନା କରି ସୁବାଷ ତାଙ୍କ ପାଖକୁ ଯାଇଥିଲେ। ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଘର ଲୋକ ଫେରିବା ପରେ ନାବାଳିକାଜଣଙ୍କ ଏନେଇ ଜଣାଇଥିଲେ। ପରିବାର ଲୋକେ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ସୁବାଷ ସାହୁଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।
୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ: ବନ୍ଧା ହେଲା ଘର ମାଲିକ
- Post published:March 8, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul


