ଏ.ଆଇ.ଡି.ଏସ୍.ଓ.ର ୭୨ତମ ପ୍ରତିଷ୍ଠା ଦିବସ:ଶିକ୍ଷା ସମସ୍ୟା ବିରୋଧରେ ଛାତ୍ର ଆନ୍ଦୋଳନ ପାଇଁ ଆହ୍ୱାନ

You are currently viewing ଏ.ଆଇ.ଡି.ଏସ୍.ଓ.ର ୭୨ତମ ପ୍ରତିଷ୍ଠା ଦିବସ:ଶିକ୍ଷା ସମସ୍ୟା ବିରୋଧରେ ଛାତ୍ର ଆନ୍ଦୋଳନ ପାଇଁ ଆହ୍ୱାନ

ଅନୁଗୁଳ: ଅଲ୍ ଇଣ୍ଡିଆ ଡି.ଏସ୍.ଓ.ର ୭୨ତମ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ ହୋଇଛି। ଏ ଅବସରରେ ଶିକ୍ଷକପଡ଼ା ଅଫିସ୍ ପ୍ରାଙ୍ଗଣରେ ସଂଗଠନର ରକ୍ତପତାକା ଉତ୍ତୋଳନ କରାଯିବା ସହ ଶିକ୍ଷା ଆନ୍ଦୋଳନର ଶହୀଦଙ୍କ ଉଦ୍ଦେଶ୍ୟରେ ଶହୀଦ ସ୍ତମ୍ଭରେ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇଛି। ଡି.ଏସ୍.ଓ. ଜିଲ୍ଲା ଉପସଭାନେତ୍ରୀ ସରୋଜିନୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଗଠନର ଜିଲ୍ଲା ସମ୍ପାଦକ ନାରାୟଣ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଡି.ଏସ୍.ଓ.ର ପୂର୍ବତନ ରାଜ୍ୟ ସଭାପତି ରାଜେନ୍ଦ୍ର ବର୍ମା ସଂଗଠନର ସାତ ଦଶନ୍ଧି ଧରି ଗୌରବମୟ ଛାତ୍ର ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠିକା ନିରୂପମା ନାୟକ, ବିଶ୍ୱରଞ୍ଜନ ପ୍ରକାଶ, ଅନୁପମା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply