ଅନୁଗୁଳରେ ୭୫ତମ ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ: ସମ୍ବିଧାନ ସୁରକ୍ଷା ପାଇଁ ଶପଥ ନେଲେ କର୍ମକର୍ତ୍ତା

You are currently viewing ଅନୁଗୁଳରେ ୭୫ତମ ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ: ସମ୍ବିଧାନ ସୁରକ୍ଷା ପାଇଁ ଶପଥ ନେଲେ କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ଆମ୍ବେଦକର ଭବନ ଠାରେ ବାବା ସାହେବ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାସ୍ତରୀୟ ୭୫ତମ “ସମ୍ବିଧାନ ଦିବସ” ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ସମ୍ମାନିତ ଅତିଥିଭାବେ ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରାକ୍ତନ ଅଧ୍ୟକ୍ଷ ସେବକ ଚରଣ ଦାସ ଏବଂ ସଂଗଠନର ପୂର୍ବତନ ଅଧ୍ୟକ୍ଷ ତାରିଣୀସେନ ନାଏକ, ମୁଖ୍ୟ ବକ୍ତା ଭାବେ ସାମାଜିକ କର୍ମୀ ତଥା ସ୍ତମ୍ବକାର ମାନସ ରଞ୍ଜନ ଜେନା ଏବଂ ବକ୍ତା ଭାବେ ସାମାଜିକ କର୍ମୀ ଚନ୍ଦ୍ରକାନ୍ତି ବୌଦ୍ଧ, ସୁଶ୍ରୀ ତମନ୍ନା ଭୋଇ ଯୋଗ ଦେଇଥିଲେ।

ସମ୍ବିଧାନ ସୁରକ୍ଷିତ ରହିଲେ ଅଖଣ୍ଡ ଦେଶର ନାଗରିକ ସୁରକ୍ଷିତ ରହିବେ ବୋଲି ଅତିଥିଗଣ ମତ ବ୍ୟକ୍ତ କରିଥିଲେ। ଏ ଅବସରରେ ସମ୍ବିଧାନ ସୁରକ୍ଷା ସଂକଳ୍ପ ପାଇଁ ଶପଥପାଠ ହୋଇଥିଲା।

କାର୍ଯ୍ୟକ୍ରମରେ ଆମ୍ବେଦକରବାଦୀ ସମାଜ ସଂସ୍କାରକ ଲେଖକ ଅଭିରାମ ମଲ୍ଲିକଙ୍କ ଲିଖିତ ଡ଼ଃ.ଭୀମରାଓ ଆମ୍ବେଦକର ଜୀବନ ସଂଘର୍ଷ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଭବନ କାର୍ଯ୍ୟାଳୟରେ ୫ଶହରୁ ଊର୍ଦ୍ଧ୍ବ ପୁସ୍ତକ ଗଚ୍ଛିତ ସ୍ଥାୟୀ ପାଠାଗାରକୁ ଅତିଥିମାନେ ଉଦଘାଟନ କରିଥିଲେ। ସଂଗଠନ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ନାୟକ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସଦସ୍ୟ ପ୍ରଭାତ ଶ୍ରମଣ ସଭା ସଞ୍ଚାଳନ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସକାଳ ସାଢେ ୮ଟାରେ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା ହୋଇଥିଲା।

କାର୍ଯ୍ୟକ୍ରମରେ ନୀଳକଣ୍ଠ ନାଏକ, ଶତ୍ରୁଘନ ନାଏକ, ଗୟା ନାଏକ, କୁମୁଦ ନାଏକ, ପ୍ରଫୁଲ୍ଲ ନାଏକ, ତାପସ ନାଏକ, ଲିଭେନ, ଧନେଶ୍ୱର ନାଏକ, ସର୍ବେଶ୍ୱର ନାଏକ, ଚିତ୍ତରଞ୍ଜନ ନାଏକ, ଲକ୍ଷ୍ମଣ ନାଏକ, ରମା ପ୍ରଧାନ, ବସନ୍ତ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share

Leave a Reply