ଅନୁଗୁଳ: କୁଇଓ ସ୍ଥିତ ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀ ପରିସରରେ ୭୭ ତମ ସ୍ୱତନ୍ତ୍ରତା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଦୀପ୍ତି ଯୋଶୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।ସ୍କୁଲର ଛାତ୍ରଛାତ୍ରୀ ଜାତୀୟ ସଙ୍ଗୀତ ଗାନ କରିବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁନିକୁନି ପିଲାମାନେ ଦେଶାତ୍ମବୋଧକ ଓ ଲୋକ ନୃତ୍ୟ ପରିବେଷଣ କରିଥିଲେ। ତାଇକୋଣ୍ଡୋ ପ୍ରଶିକ୍ଷଣ ନେଇଥିବା ଛାତ୍ର ଛାତ୍ରୀ ମାନେ ଆତ୍ମ ରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ। ସ୍କୁଲର ଅଧ୍ୟକ୍ଷ କଳିଙ୍ଗ ରୁଦ୍ର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରି ପରମଜିତ୍ କାଉର ସଂଯୋଜନା କରିଥିଲେ ।
ଲିଟିଲ୍ ହାର୍ଟସରେ ୭୭ତମ ସ୍ୱତନ୍ତ୍ରତା ଦିବସ
- Post published:August 16, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul