ଗୁରୁକୁଳ ମଠରେ ପାଳିତ ହେଲା ୭୭ତମ ସ୍ୱାଧୀନତା ଦିବସ

You are currently viewing ଗୁରୁକୁଳ ମଠରେ ପାଳିତ ହେଲା ୭୭ତମ ସ୍ୱାଧୀନତା ଦିବସ

ଅନୁଗୁଳ: ଆଜି ସାରା ଦେଶ ପାଳୁଛି ୭୭ ତମ ସ୍ୱାଧୀନତା ଦିବସ। ଏ ଅବସରରେ ସ୍ଥାନୀୟ ଗଣପତି ଗୁରୁକୁଳ ମଠରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଛି।

ଗଣପତି ଗୁରୁକୁଳମ ଶିକ୍ଷାନୁଷ୍ଠାନରେ ରଞ୍ଜନ କୁମାର ଗଡ଼ନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶ ସ୍ବାଧୀନତାର ମର୍ଯ୍ୟାଦା ବାଖ୍ୟା କରିଥିଲେ। ଏଥିରେ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।

କୁନାଲ ପ୍ରସାଦ ଦାସ ଓ ଶିକ୍ଷୟିତ୍ରୀ ଲୋପାମୁଦ୍ରା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସମସ୍ତ ଛାତ୍ରଛାତ୍ରୀ କିପରି ନିଜ ଦେଶକୁ ସୁଦୃଢ କରିପାରିବେ ସେ ନେଇ ମତ ରଖିଥିଲେ। ଶେଷରେ ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିବା ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Share

Leave a Reply