ଅନୁଗୁଳ: ଅନୁଗୁଳ ଜିଲ୍ଲାର ଛେଳିଆପଡ଼ା ରିଜର୍ଭ ବ୍ୟାରେକ ପ୍ୟାରେଡ୍ ପଡ଼ିଆରେ ୮୮ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ସୂଚନାଯୋଗ୍ୟ, ଏହି ୮୮ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଉତ୍ତର କେନ୍ଦ୍ରାଞ୍ଚଳ ଆରକ୍ଷୀ ଉପ ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ଯୋଗ ଦେଇଥିଲେ। ଏ ଅବସରରେ କାର୍ଯ୍ୟରେ ସଫଳତା ପାଇ ଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରସନ୍ନ କୁମାର ବିଶ୍ଵାଳଙ୍କ ସହ ଜିଲ୍ଲାର ବହୁ ପଦାଧିକାରୀ ଯୋଗ ଦେଇଥିଲେ।
୮୮ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ, ସଫଳତା ପାଇ ଥିବା କର୍ମଚାରୀ ପୁରସ୍କୃତ
- Post published:April 1, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul