ଅନୁଗୁଳ: ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସାରସ୍ଵତ ସାଧକ ଡ଼ା ନଗେନ୍ଦ୍ର ନାଥ ପ୍ରଧାନ ଙ୍କ ୮୯ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଗୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ଶିକ୍ଷାବିତ୍ ଡ଼ା ଧରଣୀଧର ନାଥ,ସମାଜସେବୀ ବିଜୟ ମୋଦି ପ୍ରମୁଖ ଅତିଥି ଭାବେ ଯୋଗ ଦାନ କରିଥିଲେ।
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ଆୟୋଜିତ ଏହି ସଭାରେ ଅତିଥିମାନେ ବିଶିଷ୍ଟ ଶିକ୍ଷାବିତ୍ ଡ଼ା ନଗେନ୍ଦ୍ର ନାଥ ପ୍ରଧାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।ସଂସ୍ଥାର ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପରିଷଦ ପକ୍ଷରୁ ରାମକୃଷ୍ଣ ତ୍ରିପାଠୀ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଦାନନ୍ଦ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ।
ସମାରୋହରେ ବିଶିଷ୍ଟ ଶିକ୍ଷାବିତ୍ ,ଲେଖକ ତଥା ସାରସ୍ଵତସାଧକ ଡ଼ା ଧରଣୀଧର ନାଥଙ୍କୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ଡ଼ା ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସହରର ବହୁ ଗଣମାନ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।